www.samajalive.in
Saturday, December 6, 2025
16.1 C
Bhubaneswar

ବନବିଭାଗ ପକ୍ଷରୁ ଦିନିକିଆ ଛତୁଚାଷ ତାଲିମ ଶିବିର

ଲାଞ୍ଜିଗଡ଼: ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ମୂଷାନାଳ ସେକ୍ସନ କାର୍ଯ୍ୟାଳୟଠାରେ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ଅଧ୍ୟକ୍ଷତାରେ ଛତୁଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ଭିଏସଏସର ୧୦୦ ଜଣରୁ ଊର୍ଦ୍ଧ୍ବ ମହିଳାଙ୍କୁ ସ୍ୱାବଲମ୍ୱୀ ହେବା ନିମନ୍ତେ ଛତୁ ଚାଷ ପାଇଁ ଦିନିକିଆ ତାଲିମ ପ୍ରଦାନ କରାଯାଇଛି। ପ୍ରଶିକ୍ଷକ ଭାବେ ଉମାକାନ୍ତ ମହାନ୍ତି ଛତୁ ଚାଷ ନିମନ୍ତେ ଉପସ୍ଥିତ ମହିଳାମାନଙ୍କୁ ପ୍ରାଞ୍ଜଳ ଭାବରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମରେ ଛତୁ ଚାଷର ଉପକାରିତା ବୁଝିବା ପରେ ମହିଳାମାନେ ଛତୁ ଚାଷ କରିବା ପାଇଁ ଖୁସି ବ୍ୟକ୍ତ କରିଥିଲେ। ଛତୁ ଚାଷ କରି ନିହାତି ଭାବେ ମହିଳାମାନଙ୍କୁ ରୋଜଗାର ଯୋଗାଇ ଦେବା ସହିତ ଆର୍ଥିକ ସ୍ୱାବଲମ୍ବୀ ହେବେ ବୋଲି ଏସିଏଫ ନରୋତ୍ତମ ମାଝୀ ମତ ପ୍ରକାଶ କରିଥିଲେ। ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ନିରାକାର ଦାସ, ଅମୀୟ ତ୍ରିପାଠୀ ଡି.ଓ ଉଦିତ ନାଏକ, ସନ୍ତୋଷ କୁମାର ମାଝୀ, ତୁଲାରାମ ନିଆଳଙ୍କ ସମେତ ପାଇକବୋରି, କନ୍ଧବୋରି, ସୋରଗୁଡ଼ା, ତଳଦମାଘାଟି, ଗୋଇଚର୍ଚ୍ଚା ଓ ଭିଏସଏସର ୧୦୦ରୁ ଊର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories