www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ଆମ ବ୍ୟାଙ୍କ ସେବା ଆରମ୍ଭ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ସେବା ପାଇଁ ଅନେକ ଅବ୍ୟବସ୍ଥା ଦେଖାଦେଇଥିଲା। ଅନେକ ଦୁର୍ଗମ ଅଞ୍ଚଳବାସୀ ଭତ୍ତା ପାଇବା ଓ ଅନ୍ୟାନ୍ୟ ସୁବିଧା ପାଇଁ ଅନେକ ହଇରାଣ ହରକତ ହେଉଥିଲେ ଘଣ୍ଟା ଘଣ୍ଟା ଧରି ଲାଇନରେ ଲାଗିବାକୁ ପଡୁଥିଲା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଞ୍ଚଳରେ ଆମ ବ୍ୟାଙ୍କ ସେବା ଗୁରୁବାର ସନ୍ଧ୍ୟାରେ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ ବ୍ଲକ ଦୁର୍ଗମ ଅଞ୍ଚଳର କାନକୁଟ୍ରୁ, ଖୁମଖାଲ, ବେଡାଗାଁ ଓ ଚମ୍ପାଦେଇପୁରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବାର ଶୁଭାରମ୍ଭକୁ ନେଇ ଅଞ୍ଚଳରେ ଖୁସିର ବାତାବରଣ ଦେଖାଦେଇଥିବା ବେଳେ କାନକୁଟ୍ରୁରେ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇ ଲୋକଙ୍କୁ ଉତ୍ସାହିତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories