www.samajalive.in
Wednesday, December 10, 2025
26.1 C
Bhubaneswar

ସୋନପୁରରେ ସମ୍ମାନିତ ହେଲେ ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମରୁ ଦୁର୍ଗମ ଅଞ୍ଚଳରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟସେବା ପ୍ରଦାନ ଭଳି ମହତ୍ବପୂର୍ଣ୍ଣ ଅବଦାନ ପାଇଁ ସୋନପୁର ଜିଲ୍ଲାସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନିତ ହୋଇଛନ୍ତି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି।
ଶ୍ରୀ ମହାନ୍ତି ବେଦାନ୍ତ ହସ୍ପିଟାଲ ପରିଚାଳନା ଭାର ଗ୍ରହଣ କରିବା ଦିନଠାରୁ ବେଦାନ୍ତ ଲିମିଟେଡ୍ ଦ୍ବାରା ସିଏସ୍ଆର୍ କାର୍ଯ୍ୟକଳାପ ଅନ୍ତର୍ଗତ ସ୍ବାସ୍ଥ୍ୟ ଓ ପରାମର୍ଶ ସେବା ଉପରେ ଫୋକସ କରିଆସୁଛନ୍ତି। ଯଦ୍ବାରା ବ୍ଲକର ଗରିବ ଓ ଅସହାୟ ବିଶେଷ କରି ପ୍ରକଳ୍ପ ପ୍ରଭାବିତ ଲୋକେ ଅଚିରେ ସ୍ବାସ୍ଥ୍ୟସେବା ପାଇପାରୁଥିବାବେଳେ ବେଦାନ୍ତ ଦ୍ବାରା ମାଗଣା ସ୍ବାସ୍ଥ୍ୟ ଶିବିର ଓ ମାଗଣା ଆମ୍ବୁଲାନ୍ସ ସେବା ବରଦାନ ସାବ୍ୟସ୍ତ ହୋଇଛି। ଏଇକ୍ରମରେ ଶ୍ରୀ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିବାବେଳେ ଏହାକୁ ନେଇ ଲାଞ୍ଜିଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories