www.samajalive.in
Saturday, December 6, 2025
14.1 C
Bhubaneswar

ଲାଞ୍ଜିଗଡ ; ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନ

ଲାଞ୍ଜିଗଡ଼ : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବା ସହିତ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବିଶେଷକରି କାର୍ଯ୍ୟକ୍ରମରେ କ୍ରୀଡା, ସମାଜସେବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ-୨ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଲାଞ୍ଜିଗଡ଼ ଏସ୍ ଏସ ଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ରାଜ୍ୟ ସରକାର ଯୁବ ପିଢ଼ିଙ୍କ ଖେଳ ପ୍ରତି ଥିବା ଉତ୍ସାହକୁ ଗୁରୁତ୍ବ ଦେବା ସହ ଖେଳାଳି ମାନଙ୍କୁ ଆଗକୁ ନେବା ପାଇଁ ସମନ୍ବିତ ଯୁବ ବିକାଶ ଯୋଜନାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ଆଗକୁ ବଢ଼ି ପାରିବେ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଯୋଜକ ଅଧ୍ୟାପକ ମାନସ ରଞ୍ଜନ ରଥ, ଅକ୍ଷୟ କୁମାର ପୁରୋହିତ, ଦିଲୀପ କୁମାର ମହାନ୍ତ, ଉମାକାନ୍ତ ବେନୁପାଣି, ଯଶୋବନ୍ତି ଶବର ବିକ୍ରମ ସ୍ୱାଇଁ, କାଶୀ ବିଶ୍ୱନାଥ ରଣସିଙ୍ଗ, ହାରାଧନ ଦେବନାଥ, ଭବାନୀ ଶଙ୍କର ଦାସ, ହରେକୃଷ୍ଣ ବିଶୋଇ, ପି ପ୍ରିୟଦର୍ଶିନୀ ପାତ୍ର, ପାର୍ଥ ସାରଥୀ ବାରିକ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଏହି ୫ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ମାଧ୍ୟମରେ ୩୩ ଗୋଟି ପ୍ରତିଯୋଗିତାରେ ୭୫୦ରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ପ୍ରତିଯୋଗୀ ପୁରସ୍କୃତ ହେଇଥିଲେ ଓ କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories