www.samajalive.in
Saturday, December 6, 2025
26.1 C
Bhubaneswar

ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ସରକାରୀ(ଏସଏସ୍ଡ଼ି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସୁଇଟର, ଟ୍ରାକ ପ୍ୟାଣ୍ଟ ଓ ଟି-ସାର୍ଟ ବଣ୍ଟନ କରାଯାଇଛି। ଷଷ୍ଠରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରାବାସରେ ରହୁଥିବା ୨୦୦ ଜଣ ଛାତ୍ରଙ୍କୁ ଗୋଟିଏ ଲେଖାଏଁ ସୁଇଟର, ଗୋଟିଏ ଟ୍ରାକ ପ୍ୟାଣ୍ଟ ଓ ଗୋଟିଏ ଟି-ସାର୍ଟ ମିଳିଥିବା ବେଳେ ଛାତ୍ରୀ ନିବାସରେ ରହୁଥିବା ଷଷ୍ଠ ରୁ ଦଶମ ଶ୍ରେଣୀର ୧୦୦ଜଣ ଛାତ୍ରୀଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ସୁଇଟର, ଗୋଟିଏ ଟ୍ରାକ ପ୍ୟାଣ୍ଟ ଓ ଗୋଟିଏ ଟି-ସାର୍ଟ ବଣ୍ଟନ କରାଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସୁଇଟର, ଟ୍ରାକ  ପ୍ୟାଣ୍ଟ ଓ ଟି ସାର୍ଟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିଭୂପ୍ରସାଦ ସାମନ୍ତରାୟ, ଆଲୋକ ସାହୁ, ଦେବେନ୍ଦ୍ର ଧଙ୍ଗଡାମାଝୀ, ଭବେଶ ପାଟ୍ଟଯୋଶୀ, ଶିକ୍ଷୟିତ୍ରୀ ମମତା ମାଝୀ, ଜୟଲାଲ ଭୋଇ, ଜଗମୋହନ ସାହୁ, ମଧୁସୂଦନ ବାଗ, ସୀମାଞ୍ଚଳ କାଡ୍ରାକା, ନିରଞ୍ଜନ ପ୍ରଧାନୀ, କେ.ଶଙ୍କର ଆଚାରୀ,ସୁମନ୍ ସା, ବିଳାସିନି ସେଠ, ସୁନିତା ବେହେରା ପ୍ରମୁଖ ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories