www.samajalive.in
Saturday, December 6, 2025
26.1 C
Bhubaneswar

୬୭ତମ ଜାତୀୟ ଇଣ୍ଟର କଲେଜ ତୀରନ୍ଦାଜ ପ୍ରତିଯୋଗିତା; କଳାହାଣ୍ଡିର ୩ ପ୍ରତିଯୋଗୀଙ୍କ ଗୁଜରାଟ ଗସ୍ତ

ଲାଞ୍ଜିଗଡ଼: ଗୁଜରାଟର ନଦିଆଡ଼ ଜିଲ୍ଲାର ମରିଡା ଭାଗଲସ୍ଥିତ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସଠାରେ ଆସନ୍ତା ଡିସେମ୍ବର ୯ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ହେବାକୁ ଥିବା ଜାତୀୟ ଇଣ୍ଟର କଲେଜ ତିରନ୍ଦାଜ ପ୍ରତିଯୋଗିତାରେ ଭାଗନେବା ପାଇଁ କଳାହାଣ୍ଡି ଜିଲ୍ଲାର ୩ ଜଣ ପ୍ରତିଯୋଗୀ ଗୁଜରାଟ ଗସ୍ତ କରିଛନ୍ତି। ଲାଞ୍ଜିଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩ ଛାତ୍ର ବିକ୍ରମ ମାଝୀ, ସଞ୍ଜୟ ମାଝୀ ଓ ସୀମାଞ୍ଚଳ ମାଝୀ ଶୁକ୍ରବାର ଗୁଜରାଟ ଗସ୍ତ କରିଛନ୍ତି। ଏହି ଖେଳାଳୀମାନେ ଗତ ନଭେମ୍ବର ମାସରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଉଚ୍ଚ ମାଧ୍ୟମିକ ସ୍କୁଲରେ ୫ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଅଲ୍ ଓଡ଼ିଶା ଇଣ୍ଟର କଲେଜ ତୀରନ୍ଦାଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିକ୍ରମ ୬୨୨ ସ୍କୋର କରି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ଓ ସଞ୍ଜୟ ୬୧୮ ସ୍କୋର କରି ରୌପ୍ୟ ପଦକ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ସୀମାଞ୍ଚଳ ମାଝୀ ୫୭୦ ସ୍କୋର କରି ଚତୁର୍ଥ ସ୍ଥାନ ହାସଲ କରି ଜାତୀୟ ଇଣ୍ଟର କଲେଜ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଏହି ଖେଳାଳୀମାନେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ କୋଚ୍ ସୀମାଞ୍ଚଜ କାଟ୍ରାକାଙ୍କଠାରୁ ତାଲିମ ଗ୍ରହଣ କରି ଏହି ସଫଳତା ହାସଲ କରିଥିଲେ।ଆଜି ଏମାନେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପାଇଁ ଗସ୍ତ କରିଥିବାରୁ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ବାଳ, ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଆଲୁମିନା ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସ୍‌ଆର୍ ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ପାଢ଼ୀ, ଆଇପି ସଞ୍ଜୟ ମିଶ୍ର, ପୂର୍ବତନ ଆଇପି ମହେନ୍ଦ୍ର ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ଼ ଏସ୍ଏସ୍‌ଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ବେଦାନ୍ତ ସିଏସ୍‌ଆର୍ ଅଭିନବ ପ୍ରତାପଙ୍କ ସମେତ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟାପକ ଅଧ୍ୟାପିକା ଓ ବେଦାନ୍ତ ଲିମିଟେଡ୍ କର୍ମଚାରୀମାନେ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ତାଙ୍କ ସଫଳତା କାମନା କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories