www.samajalive.in
Saturday, December 6, 2025
26.1 C
Bhubaneswar

ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ,ଭାଙ୍ଗିଲେ ଘର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ସିମିଳିଭଟା ତାଣ୍ଡି ପଦରରେ ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ। ବିଳମ୍ବିତ ରାତିରେ ୧୫ରୁ ୨୦ଟିକିଆ ହାତୀପଲ ତାଣ୍ଡିପଦରକୁ ପଶି ଆସିଥିବାବେଳେ ପାମ୍ପୁ ମାଝୀ ଓ ନରେନ୍ଦ୍ର ମାଝୀଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ରକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ।
ସେହିପରି ରାଶିମାଝୀ ନାମକ ଜଣେ ବ୍ୟକ୍ତିଙ୍କ ରଖିଥିବା ଧାନକୁ ଖାଇବା ସହିତ ଫିଙ୍ଗାଫୋପଡ଼ା କରିଦେଇଛନ୍ତି । ହାତୀପଲର ରଡ଼ି ଶୁଣି ପାମ୍ପୁ ଓ ନରେନ୍ଦ୍ରଙ୍କ ପରିବାର ଜୀବନ ବିକଳରେ ଘରୁ ବାହାରି ପଳାଇ ଯାଇଥିବାରୁ ସେମାନେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ତେବେ ଘରଦ୍ବାର, ଆସବାବପତ୍ର, ଲୁଗାପଟା ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଦୁଇଟି ପରିବାର ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି । ଏଣୁ ଏ ସଂପର୍କରେ ବନବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଦାବି ହେଉଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories