www.samajalive.in
Saturday, December 6, 2025
26.1 C
Bhubaneswar

ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଆରମ୍ଭ

ଲାଞ୍ଜିଗଡ : ନିଜ ଘର ଦୁଆର ମୁହଁରେ ରାତିରେ ଶୋଇଥିବାବେଳେ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମହର୍ଷକ ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଳିଭଟା ଗାଁରେ। ଗତ ରାତିରେ ଖାଇପିଇ ଦୁଆରେ ଶୋଇଥିବା ଅବସ୍ଥାରେ ନୀଳମଣି ଦଣ୍ଡସେନା(୩୨) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଅଜଣା ଦୁବୃର୍ତ୍ତ କୌଣସି ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିବା ଜଣାପଡ଼ିଛି। ଗତ ରାତିରେ ସେ ଓ ତାଙ୍କ ସ୍ତ୍ରୀ ଚଞ୍ଚଳା ଖାଇପିଇ ଶୋଇବାକୁ ଯାଇଥିବା ବେଳେ ଚଞ୍ଚଳା ଘରେ ଶୋଇଥିବାବେଳେ ଗରମ ଲାଗୁଥିବାରୁ ନୀଳମଣି ଦୁଆରେ ଶୋଇଥିଲେ। ରାତିରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ସକାଳେ ଉଠି ତାଙ୍କ ସ୍ତ୍ରୀ ଦେଖି କାନ୍ଦବୋବାଳି କରିବାରୁ ପାଖପଡ଼ୋଶୀ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ପହଞ୍ଚିବା ସହିତ ତଦନ୍ତ ଆରମ୍ଭ କରିଛି। ଏହାସହିତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଭବାନୀପାଟଣାରୁ ମନୋଜ କୁମାର ମାଝୀଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ରାୟଗଡାରୁ ପ୍ରଦୀପ କୁମାର ବାରିକଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଲାଞ୍ଜିଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ନୀଳମଣି ଲାଞ୍ଜିଗଡ଼ର ମୂଳ ବାସିନ୍ଦା ହୋଇଥିବାବେଳେ ଗତ ଚଉଦ ବର୍ଷ ତଳେ ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମବିବାହ କରି ସିମିଳିଭଟାରେ ରହି ଆସୁଥିଲେ। ତାଙ୍କର ଏକ ଦେଢବର୍ଷର ଶିଶୁକନ୍ୟା ମଧ୍ୟ ରହିଛି। ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ହହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହିତ ଏଥିରେ ସଂପୃକ୍ତ ଦୁବୃର୍ତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories