www.samajalive.in
Saturday, December 6, 2025
23.1 C
Bhubaneswar

ବିକାଶ ନଗରରେ ସଫେଇ କାର୍ଯ୍ୟକ୍ରମ; ଗାଁ ସଫା ରଖିବା ପାଇଁ ଆଦିବାସୀଙ୍କ ଶପଥ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ନଗର ଭାବେ ଗଢି ଉଠିଥିବା ବିକାଶ ନଗରରେ ଶୁକ୍ରବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲାଞ୍ଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, କନିଷ୍ଠ ଯନ୍ତ୍ରୀ ଗୋଲକ ଭୋଇ, ଗ୍ରାମ ରୋଜଗାର ସେବକ ସୁଦଂଶୁ ବାଗ ଓ ପଞ୍ଚାୟତର ସମସ୍ତ ଗାଁ ସାଥୀ ଉପସ୍ଥିତ ରହି ବିକାଶ ନଗର ସମସ୍ତ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଆଗାମୀ ଦିନରେ ଗ୍ରାମଟି କିପରି ସଫାସୁତୁରା ରହିବ ସେ ବିଷୟରେ ଯନ୍ତ୍ରୀ ଶ୍ରୀ ଭୋଇ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ। ବିକାଶ ନଗରବାସୀ ଏନେଇ ଶପଥ ନେଇଥିଲେ ଆମ ଗାଁକୁ ସରସ ସୁନ୍ଦର ରଖିବା ପାଇଁ ପ୍ରତି ସପ୍ତାହର ପ୍ରତେକ ରବିବାର ଦୀନ ଗାଁରେ ସଫେଇ କାର୍ଯ୍ୟକ୍ରମ କରିବା ସହ ଗାଁକୁ ସଫା କରିବୁ ବୋଲି ବ୍ଳକ ପ୍ରଶାସନ ନିକଟରେ ପ୍ରତିଶ୍ରୁତି ଦେଇଥିଲେ। ଲାଞ୍ଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବିକାଶ ନଗରର ଉଜ୍ୱଳ ଭବିଷ୍ୟ କାମନା କରି ଏହି ମହତ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories