www.samajalive.in
Saturday, December 6, 2025
16.1 C
Bhubaneswar

ଅସହାୟ ପରିବାରଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କଲେ ଏସଏସଜି ମହିଳା

ଲାଞ୍ଜିଗଡ : ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ମଧ୍ୟ ଏହି ବାତାବରଣ ଦେଖାଦେଇଛି। ଅନେକ ଅସହାୟ ପରିବାର ବିକଳାଙ୍ଗ, ବୃଦ୍ଧ, ବୃଦ୍ଧା ଓ ଭିକ୍ଷୁକ ମାନେ ଭାତ ଗଣ୍ଡିଏ ପାଇଁ ଡହଳ ବିକଳ ହେଉଛନ୍ତି। ଏହି ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଚାୟତ ମାନଙ୍କରେ ଦୁଇଓଳି ଖାଇବା ପାଇଁ ଦେଉଛନ୍ତି। ହେଲେ ଅନେକ ପରିବାର ଏହି ଖାଦ୍ୟରୁ ବଞ୍ଚିତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ଅଞ୍ଚଳର କିଛି ଏସଏସଜି ମହିଳା ଗ୍ରୁପ ଏହି ପରିବାର ମାନଙ୍କୁ ଚାଉଳ,ଡାଲି ଓ ଆବଶ୍ୟକିୟ ସାମଗ୍ରୀ ବଣ୍ଟନ କରିଥିବା ଜଣାପଡିଛି। ଆଜି ଲାଞ୍ଜିଗଡ ସହରର ବଡପଡା ସ୍ଥିତ ୮ଗୋଟି ସ୍ୱଂୟ ସହାୟକ ଗୋଷ୍ଠି ଏହି ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବଡପଡାର ପ୍ରିୟଦର୍ଶନୀ ଗ୍ରୁପ,ଓର୍ଶିପ ଗ୍ରୁପ,ବଂଶଧାରା, ଓଁ ସାଇରାମ, ମାଆ ସରସ୍ୱତୀ, ଶିବଶକ୍ତି,ନିଉ ଲାଇଫ୍‍ ଓ ମାଆ ତୁଳସୀ ସ୍ୱଂୟ ସହାୟକ ଗୋଷ୍ଠିର ମହିଳା ମାନେ ଲାଞ୍ଜିଗଡ ସହରରେ ରହୁଥିବା ସମସ୍ତ ଅସହାୟ ମଷିଳା ଓ ପୁରୁଷ ମାନଙ୍କୁ ସୁଖିଲାଖାଦ୍ୟ ବଣ୍ଟନ ସହ ମାସ୍କ ବଣ୍ଟନ କରିଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବାପୁଜୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶ୍ରୀ ଗିରିଧାରୀ ନାଏକ, ପରମାନନ୍ଦ ନାଏକ, ଖିତ ନାଏକ, ରାଜେଶ ନାଏକ, ବସନ୍ତ ନାଏକ ଓ ଦାସରଥି ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories