www.samajalive.in
Saturday, December 13, 2025
21.1 C
Bhubaneswar

ଲାଞ୍ଜିଗଡ ଦୁର୍ଗାପୁଜା କମିଟିର ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ଼ : ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଲାଞ୍ଜିଗଡ ଦୁର୍ଗାପୁଜା ପ୍ରସ୍ତୁତି ବୈଠକ କୋଭିଡ କଟକଣାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକ ଲାଞ୍ଜିଗଡ ଯୁବକ ସଂଘ ସଭାପତି ତଥା ଦୁର୍ଗାପୁଜା କମିଟି ସଭାପତି ହିମାଦ୍ରୀ ପେସନିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ପାଳନ କରି ପୂଜାଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ପ୍ରସ୍ତୁତି ବୈଠକରେ ସଭାପତି ହିମାଦ୍ରୀ ପେସିନିଆ ଓ ସମ୍ପାଦକ ଭୁପେନ୍ଦ୍ର ମହାରଥା ଏ ବର୍ଷ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ ନୀତିକାନ୍ତି ପାଳିତ ହେବ ଓ ଏଥିରେ ସମସ୍ତ ସଦସ୍ୟଙ୍କ ସମେତ ଲାଞ୍ଜିଗଡ ଅଞ୍ଚଳବାସୀ ସହଯୋଗ କରିବାକୁ ନିବେଦନ କରିଥିଲେ।

ଏହି ବୈଠକରେ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ମଣି ମାଝୀ, ପୁର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ରାଜା ରାଜେନ୍ଦ୍ର ପ୍ରତାପ ସିଂଦେଓ, ବେଦାନ୍ତ ଆଲୁମିନା ରିଫାଇନେରୀ ଶ୍ରମିକ ସଂଘ ସଭାପତି ସଞ୍ଜିବ ପେସନିଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପଦେଷ୍ଟା କମିଟିର ଶ୍ରୀମୁଖ ଅଗସ୍ତି,କାମରାଜ ଦଳବେହେରା, ନରେନ୍ଦ୍ର ପଟ୍ଟନାୟକ, ଅଶୋକ ପଟ୍ଟନାୟକ ପ୍ରମୁଖ ରହିଥିବା ବେଳେ ସୁମନ୍ତ ଦଳବେହେରା, ଏମ୍.ଚନ୍ଦ୍ରଶେଖର, ଶିଶିର ପୁଜାରୀ, ଟୁକୁନା ମହାରଣା, ନରେନ୍ଦ୍ର ପ୍ରଧାନୀ,ଜୟନ୍ତ ମହାକୁଡ, ସତ୍ୟନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଏ ବର୍ଷ ଭୁବନେଶ୍ୱର ନାୟକ ଓ ତାଙ୍କ ପତ୍ନୀ ଦେବକି ନାୟକଙ୍କ ପୂଜାକର୍ତ୍ତା ଭାବେ ମନୋନିତ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories