www.samajalive.in
Saturday, December 13, 2025
21.1 C
Bhubaneswar

ମୁଖ୍ୟଯନ୍ତ୍ରୀଙ୍କ ଧଳପୁର ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ

ହରଭଙ୍ଗା: ମାନ ନିର୍ଦ୍ଧାରଣ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀନାରାୟଣ ନାଏକ ବୁଧୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣାଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡିଛି। ମୁଖ୍ୟ ଯନ୍ତ୍ରୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଏହା ସହିତ ବାକିଥିବା ବ୍ରିଜ ସାଇଡ୍‍ ୱାଲ ଏବଂ ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷକରିବା ପାଇଁ ନିର୍ମାଣ ସଂସ୍ଥା ନିର୍ଦ୍ଦେଶକ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ କଥାବାର୍ତା କରିଥିଲେ।

ସୂଚନା ଥାଉ କି, ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣକାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତାରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ଯୋଗାଇଦିଆଯାଇଥିଲା। ଡିସେମ୍ବର ୨୦୧୬ରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ମାତ୍ର କରୋନା ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟରେ ଦୁଇବର୍ଷ ବିଳମ୍ବ ହୋଇଛି। ୮୭ ପିଲର ବିଶିଷ୍ଟ ସେତୁର ଲମ୍ବ ୩ କିଲୋମିଟର ୪୨୦ମିଟର ରହିଛି। ବର୍ତମାନ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବ୍ରିଜ ସାଇଡ ୱାଲ କାର୍ଯ୍ୟ ଏବଂ ଆଠମଲ୍ଲିକ ପଟର ଆପ୍ରୋଚ୍‍ ରୋଡ କାର୍ଯ୍ୟ ବାକି ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଆଜି ମୁଖ୍ୟଯନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଫୁଲବାଣୀ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ତ୍ରୀପାଠି, ବୌଦ୍ଧ ପୂର୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାଏକ, ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories