ରେଙ୍ଗଲିକେମ୍ପ : ଅତାବିରା ଆରଏମସି ଅଧିନରେ କୃଷକ ବଜାର, ଗୋଦାମଗୃହ ଓ ମାର୍କେଟୟାର୍ଡ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟା ତରବରିଆ ଭାବେ ଚୂଡାନ୍ତ ହୋଇ ସାରିଥିବା ବେଲେ ଟେଣ୍ଡର ପ୍ରକ୍ରିୟାରେ ଅନିମିତତା, ପାତରଅନ୍ତର ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏ ବିଷୟରେ ଅନେକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଗଣ ନିର୍ଦ୍ଧିଷ୍ଟ ବ୍ୟକ୍ତି ଓ ଠିକାଦାରଙ୍କ ସୁହାଇଲା ଭଳି ଅନିୟମିତତା ଓ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି, ଯାହାକି ତଦନ୍ତ ସାପେକ୍ଷ । ତେବେ ବରପାଲି, ବରଗଡ, ଅତାବିରା ଆରଏମସି ଅଧିନରେ ୧୪ କୋଟି ଟଙ୍କାର ଟେଣ୍ଡର ବିଜ୍ଞପ୍ତି ହୋଇ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜନୈକ ଠିକାଦାରଙ୍କ ବାର୍ଷିକ ଟର୍ଣ୍ଣଓଭର ନଥିବା ଓ ୧୪ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାରେ ଆବଶ୍ୟକ ୩୦% ବିଡ୍ କାପାସିଟି ଅନୁସାରେ ୪ କୋଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବାକଥା । ହେଲେ ଟେଣ୍ଡର ପାଇଥିବା ଠିକାଦାର ମାତ୍ର ୧ କୋଟି ୭୪ ଲକ୍ଷ ୫ ହଜାର ୫ ଶହ ଟଙ୍କା ବିଡ୍ କାପାସିଟି ପ୍ରଦର୍ଶନ କରିଛନ୍ତି, ଯାହାକି ଆଇନ ଅନୁସାରେ ସମ୍ପୂର୍ଣ୍ଣ ଅଯୋଗ୍ୟ । ତା’ସତ୍ତ୍ବେ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପାରେ ସେ ଟେଣ୍ଡର ହାତେଇବାରେ ସମର୍ଥ ହୋଇଛନ୍ତି । ତେଣୁ ଉକ୍ତ ଟେଣ୍ଡର ପ୍ରକ୍ରିୟାର ତଦନ୍ତ କରାଯାଇ ଯୋଗ୍ୟ ଠିକାଦାରଙ୍କୁ ନିୟମ ଅନୁସାରେ ଟେଣ୍ଡର ପ୍ରଦାନ ପାଇଁ ଇଂ. ସନ୍ତୋଷ କୁମାର ମିଶ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବୀ ଜଣାଇଛନ୍ତି।
Popular Categories



