ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ପ୍ରଶାସନ ଓ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରଠାରେ ଖାଉଟି ଅଧିକାର ସୁରକ୍ଷା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସିଡିପିଓ ବିଜୟଶ୍ରୀ ସିଂହ, କାନକୁଟ୍ରୁ ସମିତିସଭ୍ୟ ମନୋହର ହରପାଲ, ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା ଫୋରମର ସଦସ୍ୟା ଭବାନୀ ପଟ୍ଟନାୟକ ଗ୍ରାମାଞ୍ଚଳ ବିଶେଷ କରି ଲାଞ୍ଜିଗଡ଼ ବ୍ଲକ ଭଳି ଅନୁସୂଚିତ ଜାତି ଓ ଆଦିବାସୀ ବହୁଳ ଅଞ୍ଚଳରେ ଖାଉଟିମାନଙ୍କୁ ନିଜ ନିଜ ଅଧିକାରର ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ଏଥିରେ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ମିଶନଶକ୍ତିର ଏମ୍ ବିକେ, ସିଆର୍ ପି ମାନେ ଯୋଗ ଦେଇ ଏଇ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।



