www.samajalive.in
Wednesday, December 10, 2025
23.1 C
Bhubaneswar

ନାବାଳିକା ଅପହରଣ ଅଭିଯୋଗରେ କ୍ରସର କର୍ମଚାରୀ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନାଞ୍ଚଳର ଜଣେ ନାବାଳିକାକୁ ଅପହରଣ ଅଭିଯୋଗରେ ଜଣେ କ୍ରସର କର୍ମଚାରୀଙ୍କୁ ଗିରଫ କରି ବିଶ୍ବନାଥପୁର ପୁଲିସ କୋର୍ଟଚାଲାଣ କରିଛି। ଏନେଇ ବିଶ୍ବନାଥପୁର ଥାନାରେ କେସ୍ ନଂ ୯୦/୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ବନାଥପୁର ଥାନାଞ୍ଚଳର ଜଣେ ୧୧ ବର୍ଷିୟା ନାବାଳିକା ଆଜି ନିଜ ଗାଁ ନିକଟରେ ଛେଳି ଚରାଉଥିବାବେଳେ ପୋଖରୀବନ୍ଧସ୍ଥିତ ରାଧେଶ୍ୟାମ ଅଗ୍ରୱାଲଙ୍କ ଷ୍ଟୋନ୍ କ୍ରସରର ଅସ୍ଥାୟୀ କର୍ମଚାରୀ ବିହାର ରାଜ୍ୟର ବୁଧାମ ସାହାଣୀ ତାକୁ ବଳପୂର୍ବକ ଅପହରଣ କରିନେବାକୁ ଉଦ୍ୟମ କରୁଥିଲା।

 

- Advertisement -

ଏହି ସମୟରେ ନାବାଳିକା ଜଣକ ଚିତ୍କାର କରିବାରୁ ପାଖ ଜଙ୍ଗଲରେ କାଠ କାଟୁଥିବା ନାବାଳିକାର ବାପା ପହଞ୍ଚିବା ସହିତ ନିଜ ଗାଁ ଲୋକଙ୍କୁ ଡାକ ପକାଇଥିଲେ। ଫଳରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ବୁଧାମକୁ ଅଟକ ରଖିବା ସହିତ ବିଶ୍ବନାଥପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଧାମକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲା । ଏ ନେଇ ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହିତ ବୁଧାମକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories