ପୁଞ୍ଛ: ଜମ୍ମୁ ଓ କଶ୍ମୀରର ପୁଞ୍ଛ ଜିଲାରେ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଭାରତୀୟ ଯବାନ(ଅଗ୍ନିବୀର) ଶହୀଦ ହୋଇଛନ୍ତି। ଏଥିସହ ୨ ଜଣ ଯବାନ ଆହତ ହୋଇଛନ୍ତି। କୃଷ୍ଣା ଘାଟିର ସାଧାରଣ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏହି ବିସ୍ଫୋରଣ ଘଟିଛି।
ଶହୀନ ଯବାନ ୭ ଜାଟ୍ ରେଜିମେଣ୍ଟର ଲଲିତ କୁମାର ବୋଲି ଜଣାପଡ଼ିଛି। ଏଥିସହ ଜଣେ ଜେସିଓ ଏବଂ ଜଣେ ସୈନିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।



