www.samajalive.in
Saturday, December 6, 2025
15.1 C
Bhubaneswar

ଜମି ଜବରଦଖଲକାରୀ ଆଇନର ଶରଣ ନେଇପାରିବେ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମି ଜବରଦଖଲକାରୀ କେବେହେଲେ ଆଇନର ଶରଣ ନେଇପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ ସମେତ ସମସ୍ତ ଜବରଦଖଲ ସେଠାରୁ ହଟାଇବାକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ହରିଆଣା ଓ ଫରିଦାବାଦ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଉଚ୍ଛେଦ ଅଭିଯାନ ସମୟରେ ପୂର୍ଣ୍ଣ ପୁଲିସ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ସୁପ୍ରିମ କୋର୍ଟ ଫରିଦାବାଦ ଡେପୁଟି ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟର ଅବକାଶ କାଳୀନ ବିଚାରପତି ଜଷ୍ଟିସ ଏ ଏମ୍‍ ଖାନୱିଲକର ଏବଂ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ପୀଠ ଭିଡିଓ କନଫରେନ୍ସ ମାଧ୍ୟମରେ ମାମଲାର ଶୁଣାଣି କରିବା ଅବସରରେ ଫରିଦାବାଦର ଲକରପୁର ଖୋରି ଗ୍ରାମ ନିକଟରୁ ଜଙ୍ଗଲ ଜମିରୁ ସମସ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶେଷକରି ଅଦାଲତଙ୍କ ଆଦେଶ ପାଳନ ରିପୋର୍ଟ ଛଅସପ୍ତାହ ମଧ୍ୟରେ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ରାଜ୍ୟ ସରକାର ଉକ୍ତ ଲୋକଙ୍କର ଥଇଥାନ ଆବେଦନ ସମ୍ପର୍କରେ ବ୍ୟକ୍ତିଗତ ଭାବରେ ବିଚାର କରିପାରନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ତାହାକୁ ଚାଲେଞ୍ଜ କରି ସାରିନା ସରକାର ନାମକ ଜଣେ ଜବରଦଖଲକାରୀଙ୍କ ନେତୃତ୍ୱରେ ପାଞ୍ଚଜଣ ବ୍ୟକ୍ତି ଏକ ଯାଚିକା ଦାଏର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories