କଟକ : କଟକରେ ଅଜଣା ଜନ୍ତୁ ଆକ୍ରଣରେ ମେଣ୍ଢା ମୃତ୍ୟୁ ହୋଇଛି। ନିଆଳୀ ପରେ ଏହି ଘଟଣା ନରାଜରେ ଘଟିଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ନରାଜସ୍ଥିତ ଗୋପାଳ ସାହିର ବୈରାଗୀ ଦାସଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ ରୁ ଅଧିକ ମେଣ୍ଢା ମରିଛନ୍ତି। ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



