www.samajalive.in
Monday, December 8, 2025
13.1 C
Bhubaneswar

ଲଳିତ ମୋଦୀଙ୍କ ପାସ୍‌ପୋର୍ଟ ରଦ୍ଦ କଲା ଭାନୁଆଟୁ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପ୍ରତିଷ୍ଠାତା ଲଳିତ ମୋଦୀଙ୍କ ପାସପୋର୍ଟକୁ ଭାନୁଆଟୁ ରଦ୍ଦ କରିଦେଇଛି। ଭାନୁଆଟୁର ନାଗରିକ ଭାବେ ଲଳିତ ଏହାର ପାସପୋର୍ଟ ପାଇଥିଲେ। ଏହି ପାସପୋର୍ଟ ରଦ୍ଦ ହେବା ଦ୍ବାରା ତାଙ୍କ ନାଗରିକତ୍ବ ରଦ୍ଦ ହୋଇଯାଇଛି। ପୁନର୍ବାର ନାଗରିକତ୍ବ ପ୍ରଦାନ ଲାଗି ଲଳିତ ଆବେଦନ କରିଥିବାବେଳେ ଏହାକୁ ମଧ୍ୟ ଅଗ୍ରାହ୍ୟ କରିଦିଆଯାଇଛି। ଭାରତ ପ୍ରତ୍ୟର୍ପଣକୁ ଏଡାଇବା ଲାଗି ଲଳିତ ଭାନୁଆଟୁର ନାଗରିକତ୍ବ ହାସଲ କରିଥିଲେ। ଏପରି ନାଗରିକତ୍ବ ହାସଲକୁ ବେଆଇନ ଦର୍ଶାଯାଇଛି। ଭାନୁଆଟୁର ନାଗରିକତ୍ବ ପାଇଁ ଇଣ୍ଟରପୋଲ୍‌ ଲଲିତଙ୍କୁ କ୍ଲିନଚିଟ୍ ଦେବାକୁ ମନା କରିଦେଇଛି। ଏହା ପୂର୍ବରୁ ଲଲିତ ତାଙ୍କର ଭାରତ ପାସପୋର୍ଟ ସରେଣ୍ଡର କରିବା ଲାଗି ଲଣ୍ଡନସ୍ଥିତ ଭାରତୀୟ ଦୂତାବାସରେ ଅାବେଦନ କରିଥିଲେ। ଲଲିତ ମୋଦୀ ଏବେ ଲଣ୍ଡନରେ ଅବସ୍ଥାନ କରୁଛନ୍ତି। ବହୁକୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ଲଳିତଙ୍କୁ ଭାରତର ତଦନ୍ତକାରୀ ଏଜେନ୍ସି ତାଙ୍କୁ ପଳାତକ ଘୋଷଣା କରିଛି। ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଭାରତ ସରକାର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚଳାଇଛନ୍ତି। ଭାନୁଆଟୁ ଦକ୍ଷିଣ ପ୍ରଶାନ୍ତ ମହାସାଗରର ଏକ ଦ୍ବୀପ ସମୂହ ରାଷ୍ଟ୍ର। ଏହି ରାଷ୍ଟ୍ର ୮୩ଟି ଦ୍ବୀପକୁ ନେଇ ଗଠିତ। ଯାହା ଅଷ୍ଟ୍ରେଲିଆର ଉତ୍ତର-ପୂର୍ବକୁ ୧୭୫୦ କିମି ଦୂରରେ ଅବସ୍ଥିତ। ୧୯୮୦ରେ ଏହା ନିଜର ସ୍ବାଧୀନତା ପାଇଥିଲା। କୃଷି ଓ ପର୍ଯ୍ୟଟନ ଏହାର ମୁଖ୍ୟ ଅର୍ଥନୀତି। ଏଠାରେ ଆୟକର କିମ୍ବା ସମ୍ପତ୍ତି ଆଦାୟ ହୁଏ ନାହିଁ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories