www.samajalive.in
Saturday, December 13, 2025
23.1 C
Bhubaneswar

୧୫ରୁ ୧୮ ବର୍ଷ ବୟସ ବର୍ଗରେ ଲାକ୍ଷାଦ୍ୱୀପରେ ୧୦୦% ଟିକାକରଣ

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସ ବର୍ଗର କିଶୋରଙ୍କର ୧୦୦% ଟିକାକରଣ କରିବାରେ ସଫଳତା ହାସଲ କରିଛି ଲାକ୍ଷାଦ୍ୱୀପ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଲାକ୍ଷାଦ୍ୱୀପ ପ୍ରଥମ କରି ଏହି ସଫଳତା ଲାଭ କରିଛି। ଏଥିସହିତ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଭାଗର ଯୋଦ୍ଧାଙ୍କର ମଧ୍ୟ ଏହା ୧୦୦% କୋଭିଡ ଟିକାକରଣ କରାଇଛି। ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ୧୫ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ ଟିକାକରଣ ଆରମ୍ଭ ହେବାପରେ ଖୁବ କମ ଦିନ ମଧ୍ୟରେ ଲାକ୍ଷାଦ୍ୱୀପ ସେମାନଙ୍କର ଟିକାକରଣ କରିପାରିଛି। ଜିଲାପାଳ ଏବଂ ସେକ୍ରେଟାରୀ ଏସ ଅସ୍କର ଅଲି କହିଛନ୍ତି ଯେ, ରାଷ୍ଟ୍ରବ୍ୟାପୀ ଏହି ଅଭିଯାନକୁ ଲାକ୍ଷାଦ୍ୱୀପରେ ପ୍ରଶାସକ ପ୍ରଫୁଲ ପଟେଲ କାଭରାଟ୍ଟିଠାରେ ଶୁଭାରମ୍ଭ କରିଥିଲେ। ଉକ୍ତ ବୟସ ବର୍ଗର ୩୪୯୨ ଜଣ କିଶୋରଙ୍କୁ ସପ୍ତାହକ ମଧ୍ୟରେ ଟିକାକରଣ କରାଯାଇପାରିଛି। ଏଥିସହିତ ଏହା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଭାଗର ଯୋଦ୍ଧା ଏବଂ ୧୮ ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିଙ୍କର ଶତ ପ୍ରତିଶତ ଟିକାକରଣ କରିବାରେ ସଫଳତା ହାସଲ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କିଶୋରଙ୍କ ଟିକାକରଣ ଏବଂ ବୁଷ୍ଟର ପାନ ପ୍ରଦାନ ସକାଶେ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ସମ୍ମୁଖ ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଏବଂ ୬୦ ବର୍ଷରୁ ଅଧିକ ବୟସର ନାଗରିକଙ୍କୁ ବୁଷ୍ଟର ପାନ ଦିଆଯିବା ପ୍ରକ୍ରିୟା ଚଳିତ ଜାନୁଆରୀ ମାସ ୧୦ ତାରିଖରୁ ଆରମ୍ଭ ହୋଇଛି। ଇତିମଧ୍ୟରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପ ପ୍ରଶାସନ ପକ୍ଷରୁ ନମୁନା ପରୀକ୍ଷା ଏବଂ ସଂକ୍ରମିତଙ୍କ ଉପରେ ନଜର ରଖିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ବ୍ୟାପକ କରାଯାଇଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories