www.samajalive.in
Sunday, December 14, 2025
18.1 C
Bhubaneswar

ଲଇଡାରେ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଲଇଡା ସ୍ଥିତ ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣରେ ବ୍ୟାଙ୍କିଙ୍ଗ୍ ସେବା ଏବଂ ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତି ର ସଭାପତି ସଲିଲ କୁମାର ନାଏକ ସଭାପତିତ୍ୱ କରିଥିଲେ। ଏଥିରେ ଅବସରପ୍ରାପ୍ତ ଡିଆରସିଏସ୍ ସନ୍ତୋଷ କୁମାର ପାଣ୍ଡେ, ପୂର୍ବତନ ବିଧାୟକ ରମେଶ ପଟୁଆ, ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ରେଙ୍ଗାଲି ଶାଖା ପରିଚାଳକ ଚନ୍ଦନ ଦାସ, ସହକାରୀ ସମବାୟ ନିବନ୍ଧକ କୁଚିଣ୍ଡା ଭବାନି ଶଙ୍କର ନାଏକ, ରେଙ୍ଗଲୋଇ ପଞ୍ଚାୟତର ସମିତି ସଭ୍ୟ ଅଶ୍ୱିନୀ କୁମାର ପଟେଲ, ଲଇଡା ପଞ୍ଚାୟତର ସମିତି ସଭ୍ୟା ସଞ୍ଜିବନୀ ବେହେରା, ରେଙ୍ଗାଲୋଇ ସରପଞ୍ଚ ଲତିକା ଚାନ୍ଦ, ଲଇଡା ସରପଞ୍ଚ ଜ୍ୟୋସ୍ନା ସା, କିନାଲୋଇ ସରପଞ୍ଚ ସରୋଜିନୀ କାଲୋ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସେବା ସମବାୟ ସମିତିର କର୍ମଚାରୀ ଶୁଭମ୍ ବୁଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମବାୟ ସମିତି ସମ୍ପାଦକ ଗଜିନ୍ଦ୍ର ରଣା ବିବରଣୀ ପାଠ କରବା ସହିତ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories