www.samajalive.in
Sunday, December 14, 2025
23.1 C
Bhubaneswar

ଗଣେଶ ପୂଜାକୁ ନେଇ ତୁମୁଳକାଣ୍ଡ : ଯୁବକଙ୍କୁ ଛୁରାମାଡ଼

କୋକସରା : ଗଣେଶ ପୂଜା କରିବାକୁ ନେଇ ତୁମୁଳ କାଣ୍ଡ। ଯୁବକଙ୍କ ଛୁରାମାଡ଼ରେ ଗ୍ରାମର ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ କୋକସରା ଡାକ୍ତରଖାନା ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ କୋକସରା ଥାନା ଟେମରା ପଞ୍ଚାୟତ ସିଲିଗୁଡା ଗ୍ରାମରେ ଗଣେଶ ପୂଜା ନିମନ୍ତେ ଉକ୍ତ ଗ୍ରାମର ଯୁବଗୋଷ୍ଠୀ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରୁଥିଲେ। ଅପରପକ୍ଷେ ନବ ଚନ୍ଦନ ନାମକ ଜଣେ ଯୁବକ ଏହାକୁ ବାରମ୍ବାର ବିରୋଧ କରି ଆସୁଥିଲା । ସେ କୁଆଡ଼େ ଗାଁରେ ପୂଜା କରାଇ ଦେବ ନାହିଁ ବୋଲି କହୁଥିଲା। ତେବେ ଏହି ଘଟଣାକୁ ନେଇ ମଙ୍ଗଳବାର ଗ୍ରାମର ଗଣେଷ ପୂଜା କମିଟି ପୂଜାରେ ବିଭ୍ରାଟ କରୁଥିବା ନେଇ କୋକସରା ଥାନାରେ ଯୁବକଙ୍କ ନାଁରେ ଅଭିଯୋଗ କରି ବାଇକରେ ଫେରିବା ସମୟରେ ତରୁଣ ମାଝୀ (୪୫)ଙ୍କୁ ତେତେଲପଡା ରାସ୍ତା ନିକଟରେ ପଛପଟୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲା । ଫଳରେ ଯୁବକ ଗୁରୁତର ଆହତ ହୋଇଥିଲେ। ତାଙ୍କ ସହିତ ଥିବା ଯୁବକମାନେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବା ପରେ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଭାଇକୁ ଛୁରା ମାଡ କରିବା ସହ ଘନଶ୍ୟାମ ମାଝୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ଓ ହତ୍ୟା ଧମକ ଦେଇଥିବା ଘନଶ୍ୟାମ ମାଝୀ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ କୋକସରା ଥାନାରେ ନମ୍ବର ୨୨୨/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚାଲିଥିବା ଥାନାଧିକାରୀ ରୋନିତା ପ୍ରଧାନ କହିଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories