ଭାଇ-ଭଉଣୀ ଝଗଡାକୁ ନେଇ ଭଉଣୀର ଆତ୍ମହତ୍ୟା

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ  ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଭାଇ ଭଉଣୀ ମଧ୍ୟରେ ଝଗଡାକୁ ନେଇ ଭଉଣୀଜଣଙ୍କ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ଜଣକ ରାଳବ ଗ୍ରାମର ରଶ୍ମିତା ମହାରଣା ବୋଲି ସୂଚନା ମିଳିଛି । ରାଳବ ତ୍ରିପତି ନଗର ପ୍ରଥମ ଗଳିରେ ମୃତ ରଶ୍ମିତାଙ୍କ ବାପ ଘର ହୋଇଥିବାବେଳେ ଗତ କିଛି ଦିନ ହେଲା ସେ ବାପ ଘରକୁ ଆସି ରହୁଥିଲେ।

ସୋମବାର ସକାଳେ ଘରେ କେହି ନଥିବା ବେଳେ ରଶ୍ମିତାଙ୍କ ସହିତ ତାଙ୍କ ସାନ ଭାଇ ମଧ୍ୟରେ କୋଣସି କଥାକୁ ନେଇ ପ୍ରବଳ ଝଗଡା ହୋଇଥିଲା । ଏଥିରେ ରଶ୍ମିତା ରାଗି ଯାଇ ଘରେ ରଖାଯାଇଥିବା ଧାନ ଫସଲରେ ବ୍ୟବହାର ହେଉଥିବା କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା l ଘଟଣା ନେଇ ରଶ୍ମିତାଙ୍କ ମାମୁ ସୁନୀଲ କୁମାର ମହାରଣା ଆଜି ସନ୍ଧ୍ୟାରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ୩୧/୨୪ ରେ  ଅପମୃତ୍ୟୁ ମାମଲା କରି ତଦନ୍ତ ଆରମ୍ଭ କରିଛି।

ଏହି ଇଭି ଷ୍ଟାର୍ଟଅପ ସଂଗ୍ରହ କଲା ୨୦୦ କୋଟି, ଧୋନୀ ମଧ୍ୟ କଲେ ନିବେଶ

Comments are closed.