www.samajalive.in
Monday, December 15, 2025
26.1 C
Bhubaneswar

ଭାରସାମ୍ୟ ହରାଇ ଘାଟି ବୁଲାଣିରେ ଓଲଟିଲା ମିନି ପିକଅପ ଗାଡି, ୬ ଗୁରୁତର

ଲଡୁଗାଁ: ନାଟକ କରିଯିବା କାଳ ହେଲା। ଆମପାଣି ଘାଟି ବୁଲାଣିରେ ଭାରସାମ୍ୟ ହରାଇ ମିନି ପିକଅପ ଗାଡି ଓଲଟିଲା। ପ୍ରାପ୍ତ ସୂଚନା ଅନୁଯାୟୀ ରବିବାର ଦିନ ୧୧ ଘଣ୍ଟା ସମୟ ରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗାରୁ ନାଟକ କରି ନିଜ ଗାଁ ନବରଙ୍ଗପୁର ଜିଲାଭତ୍ରାଶିଉନି ଗାଁକୁ ଫେରୁଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁ ଆମପାଣି ଘାଟି ରାସ୍ତାର ବୁଲାଣିରେ ପିକ ଅପ ଗାଡି ଓଲଟି ପଡିଥିବା ଜଣାଯାଉଛି। ଏହି ଦୁର୍ଘଟଣା ରେ ୬ ଗୁରୁତର ହୋଇଥିବା ବେଳେ ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇ ସେମାନଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି। ଗୁରୁତର ସମସ୍ତେ ନବରଙ୍ଗପୁର ଜିଲ୍ଲା ଭତ୍ରା ଶିଉନି ଅଞ୍ଚଳର ଫଗୁନୁ ମାଝୀ(୬୦),ଡ଼ମୁ ମାଝୀ(୬୦) ଚନ୍ଦ୍ରଧ୍ଵଜ ଦାସ (୧୬)ଲକ୍ଷ୍ମଣ ଭତ୍ରା(୩୫) ମୋହନ ଦାସ (୫୦) ନିଳାମ୍ବର ମାଝୀ(୨୨) ସିଦ୍ଧୁ ଭତ୍ରା(୨୦) ଉଦ୍ଧବ (୨୬) ଓ ଅନ୍ୟ ଜଣେ ଯୁବକ ସତ୍ୟ କଟି(୧୮)ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories