www.samajalive.in
Saturday, December 6, 2025
26.1 C
Bhubaneswar

ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଏହି ଖାଦ୍ୟଦ୍ରବ୍ୟ

ଅଧିକାଂଶ ମହିଳା ମାନେ ଘର ଓ କାର୍ଯ୍ୟାଳୟ ଉଭୟ ଠାରେ କାର୍ଯ୍ୟ କରିଥାଆନ୍ତି। ଏହାଦ୍ୱାରା ସେ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାଆନ୍ତି। ଫଳରେ ଏହାର କୁପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଶାରିରୀକ ଓ ମାନସିକ ସ୍ଥିତି ଦୁର୍ବଳ ହୋଇଥାଏ, ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିପାରି ନଥାଏ। ମାତ୍ର କିଛି ସ୍ୱତନ୍ତ୍ର ଫଳ ଓ ଖାଦ୍ୟପଦାର୍ଥ ରହିଛି, ଯାହାକୁ ଖାଇବା ଦ୍ୱାରା ମହିଳାଙ୍କୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିବାର ସହ ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ଜାଣନ୍ତୁ ସେହି ଖାଦ୍ୟପଦାର୍ଥ ବିଷୟରେ ….

courtesy : mahila.ashram.org

ଅଁଳା –
ଅଁଳାରେ ଭିଟାମିନ ସି ଭରପୁର ମାତ୍ରାରେ ଥିବା ସହ ଭିଟାମିନ ଏ, ଓମେଗା ୩,ଫାଇବର ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି, ତେଣୁ ମହିଳାଙ୍କ ପାଇଁ ଅଁଳା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ନିୟମିତ ଖାଇବା ଦ୍ୱାରା ମହିଳାଙ୍କର ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।

- Advertisement -
courtesy : old2018.kidseatsmart.ca

ସେଓ –
ସେଓ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଫଳ ଅଟେ। ସେଓରେ ଥିବା ଭିଟାମିନ ଏବଂ ପୋଷକ ତତ୍ତ୍ୱ ମୋଟାପଣ ଦୂର କରିବା ସହ ପେଟ ସହ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ନିୟମିତ ସେଓ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ରକ୍ତର ଅଭାବ ଦୂର ହୋଇଥାଏ।

courtesy : cookinglight.com

କ୍ଷୀର –
ବୟସ ବୃଦ୍ଧି ପାଇବା ସହ ମହିଳାଙ୍କ ଶରୀରରେ କ୍ୟାଲସିୟମର ଅଭାବ ହୋଇଥାଏ। ଏହି କାରଣରୁ ତାଙ୍କ ହାଡ଼ ଦୁର୍ବଳ ହୋଇଥାଏ ଓ ହାଲିଆ ମଧ୍ୟ ଅନୁଭୂତ ହୋଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ମହିଳାମାନଙ୍କୁ ଏକ ଗ୍ଲାସ କ୍ଷୀର ପିଇବା ଜରୁରୀ ଅଟେ। କ୍ଷୀରରେ ଥିବା ଭିଟାମିନ ଓ ମିନେରାଲସ ମହିଳାଙ୍କର ଶାରିରୀକ ଓ ମାନସିକ ଅବସ୍ଥା ସୁସ୍ଥ ରହିଥାଏ।

courtesy : favfamilyrecipes.com

ଅଣ୍ଡା –
ମହିଳାଙ୍କୁ ସପ୍ତାହକୁ ୩ ରୁ ୪ଥର ଅଣ୍ଡା ଖାଇବା ନିତ୍ୟାନ୍ତ ଆବଶ୍ୟକ। ଏଥିରେ ଥିବା ପ୍ରୋଟିନ ଓ କ୍ୟାଲସିୟମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏହା ହାଡ଼ ମଧ୍ୟ ମଜଭୂତ କରିଥାଏ। ଏହା ଶରୀର ପାଇଁ ଖୁବ ହିତକାରକ ଅଟେ।

courtesy : Organic Facts

ଡ଼ାଳିମ୍ବ –
ମହିଳାଙ୍କ ଠାରେ ଆଇରନର ମାତ୍ରା ଖୁବ କମ ଦେଖାଯାଏ। ତେଣୁ ତାଙ୍କୁ ଆଇରନ ଭରପୁର ମାତ୍ରାରେ ଥିବା ଖାଦ୍ୟଦ୍ରବ୍ୟ ଖାଇବା ଉଚିତ। ଡ଼ାଳିମ୍ବରେ ପ୍ରାୟ ୮୪ ଭାଗ ଆଇରନ ରହିଛି। ତେଣୁ ଡ଼ାଳିମ୍ବ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories