www.samajalive.in
Monday, December 8, 2025
14.1 C
Bhubaneswar

ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତର ନାହିଁ ନାମ ଫଳକ

ଲଡୁଗାଁ : ଲଡୁଗାଁ ସନ୍ନିକଟ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ଦ୍ଵାରା ସରକାରୀ ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲଙ୍ଘନ କରାଯାଇଛି । ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟକୁ ସୂଚୀତ କରିବା ପାଇଁ ନାମ ଫଳକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ନିୟମ ରହିଛି। ତାହା ପୁଣି ଓଡ଼ିଆରେ । ଯେଉଁମାନେ ନାମ ଫଳକ ଓଡ଼ିଆରେ ଲେଖିବେ ନାହିଁ ସେମାନଙ୍କୁ ସଚେତନ କରାଯିବା ସହିତ ଜୋରିମାନା ମଧ୍ୟ ଆଦାୟ କରିବା ପାଇଁ ଦଣ୍ଡବିଧାନ ରହିଛି । ତେବେ ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତରେ ବର୍ଷ ବର୍ଷ ଧରି ବିନା ନାମ ଫଳକରେ ଚାଲୁଥିବା ଅଭିଯୋଗ ହୋଇଛି ।୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆକୁ ଷଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଲା । ଓଡ଼ିଆ ଭାଷାଭାଷୀ ଏହାକୁ ନେଇ ଉତ୍ସବ ପାଳନ କଲେ । ଗୋଟିଏ ପଟେ ବିଭିନ୍ନ ଉନ୍ନୟନ ମୂଳକ କାମ ତଥା ପଞ୍ଚାୟତ ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପଟେ ପଞ୍ଚାୟତ କାର୍ୟ୍ୟାଳୟରେ ନାମ ଫଳକ ନ ଥିବା ଅଞ୍ଚଳରେ ଚର୍ଚିତ ବିଷୟ ପାଲଟିଛି । ଲୋକେ ନିଜର କାର୍ୟ୍ୟ ପାଇଁ ପଞ୍ଚାୟତକୁ ଆସିଥାଆନ୍ତି । ଅଥଚ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ନାମଫଳକ ଲାଗି ପାରିନି। ଗ୍ରାମ ପଞ୍ଚାୟତ ଲୋକଙ୍କୁ ସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏବେ ନାମ ଫଳକ ନ ଥାଇ ପଞ୍ଚାୟତ କାର୍ୟ୍ୟାଳୟ ଚଳାଉ ଥିବାରୁ ଲୋକ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାଦୋଗୁଡା, ଗାଈବନ୍ଧପଡ଼ା ଗୋଡଭଞ୍ଜା, ତାଲପଦର, ଗୋପାଳପୁର , ରେଙ୍ଗାଲପାଲି , କୋଦୋଭଟା , କୁଇସମାଳ , ପୁଞ୍ଜି ପଡ଼ା, ଗୁମାପଡ଼ା, ପଲସାପଡ଼ା , ତାଣ୍ଡି ପଡ଼ା ରଣା ପଡ଼ା, ପଦମପୁର ଆଦି ଗାଁ ଲୋକେ ଏହି ପଞ୍ଚାୟତ ଉପରେ ନିର୍ଭର କରିଥାନ୍ତି । ଉକ୍ତ ପଞ୍ଚାୟତ କାର୍ୟ୍ୟାଳୟ ଗାଁର କୋଣରେ ଅଛି , କେହି ଜାଣି ପାରିବେ ନାହିଁ । ଏପରି ସ୍ଥଳେ ନାମ ଫଳକ ନାହିଁ । ଶୂନ୍ୟରେ ଗ୍ରାମ ପଞ୍ଚାୟତ ଚାଲିଛି। ଯଦି କୌଣସି ଉପରିସ୍ଥ ଅଧିକାରୀ କିମ୍ବା ନୂଆ ଲୋକ ଆସନ୍ତି ତେବେ ପଞ୍ଚାୟତ କୋଉଠି ବୋଲି ଗାଁ ରେ ପଚାରି ବୁଲନ୍ତି। ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସରକାରଙ୍କ ନିୟମ ଉଲଙ୍ଘନକାରୀଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି । ଏ ନେଇ ରେଙ୍ଗାଲପାଲି ସରପଞ୍ଚ ଐଶୌର୍ୟ୍ୟ କୁମାର ଦାସଙ୍କୁ ପଚାରିବାରୁ ଗେଟ୍ ସହିତ ନାମ ଫଳକ ଲଗାଯିବ ବୋଲି କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories