www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ଭାରତ ଓ ଚୀନ ମଧ୍ୟରେ ବସୁଛି ୧୬ତମ ବୈଠକ; ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ସହ ଭାରତ କରିବ ଆଲୋଚନା

ନୂଆଦିଲ୍ଳୀ: ଚୀନ ଭାରତ ମଧ୍ୟରେ ଛିଡ଼ୁନି ଲଦାଖ ପ୍ରସଙ୍ଗ । ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗ ଉପରେ ଆଜି ପୁଣି ଚୀନ ଓ ଭାରତ ମଧ୍ୟରେ ବୈଠକ ବସିବାକୁ ଯାଉଛି । ଉଭୟ ଦେଶର କମାଣ୍ଡର ମାନଙ୍କ ମଧ୍ୟରେ ଏହି ବୈଠକ ବସିବାକୁ ଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ୧୬ତମ ବୈଠକ ହେବ । ଅର୍ଥାତ୍‌ ଏହା ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ୧୫ ଥର ବୈଠକ ବସି ସାରିଛି । ବସିବାକୁ ଥିବା ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ସମସ୍ୟାର ସମାଧନ ଉପରେ ଆଲୋଚନା ହେବା ସହ ଖୁବଶୀଘ୍ର ଲଦାଖ ସୀମାରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିବାକୁ ଆଲୋଚନା କରିବ ଭାରତ ।

ତାହାଛଡ଼ା ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସହ ସୀମାରେ ଶାନ୍ତି ଫେରାଇ ଆଣିବାକୁ ଭାରତ ଚୀନ ଉପରେ ଚାପ ପକାଇବ ବୋଲି କହିଛି ।  ପୂର୍ବରୁ ଲଦାଖକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ତିକ୍ତତା ଦେଖାଦେଇଛି । ତିକ୍ତତା ଲାଗି ରହିଥିବାରୁ ଦୁଇ ଦେଶର ବାଣିଜ୍ୟ କାରବାର ଉପରେ ମଧ୍ୟ ବିଶେଷ ଭାବରେ ପ୍ରଭାବ ପଡ଼ୁଛି । ସୂଚନା ମୁତାବକ ଚୀନ ରାଷ୍ଟ୍ରପତି ଏହା ପୂର୍ବରୁ ଜିନଜିଆଙ୍ଗ ଗସ୍ତରେ ଯାଇ ସୈନିକ ମାନଙ୍କ ସହ ସାକ୍ଷାତ କରିଥିଲେ । ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଜିନଜିଆନ୍ ମିଲିଟାରୀ କମାଣ୍ଡ ଲଦାଖ ଅଞ୍ଚଳରେ ଭାରତ-ଚୀନ୍ ସୀମାର ତଦାରଖ କରିଆସୁଥିବାରୁ ଏହା ଉଭୟ ପକ୍ଷ ମଧ୍ୟରେ ସାମରିକ ବିବାଦ ମଧ୍ୟରେ ରହିଆସିଛି । ହେଲେ ଆଜିର ଏହି ଆଲୋଚନାରେ କ’ଣ ନିଷ୍ପତ୍ତି ନିଆଯିବ ତାହା ଉପରେ ସଭିଙ୍କ ନଜର ରହିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories