www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନରେ ଅବତରଣ କଲା ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ୟୁଏଇର ଶାରଜାହରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚୀରେ ଜରୁରୀକାଳୀନ ଅବତରଣ କରିଛି । କିଛି ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ କରାଚିରେ ବିମାନଟି ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି ।  ମିଳିଥିବା ସୂଚନା ଅନୁଯାୟୀ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣାକୁ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସ କହିଛି ଯେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ସତର୍କତା ଅବଲମ୍ବନ କରିବାକୁ ବିମାନଟି ପାକିସ୍ତାନର କରାଚିକୁ ଯାତ୍ରା କରିଥିଲା । ସେଠାରେ ବିମାନଟି ଅବତରଣ କରିଛି । ଯାତ୍ରୀମାନଙ୍କୁ ସେଠାରୁ ହାଇଦ୍ରାବାଦ ନେବା ପାଇଁ ଏକ ବିମାନ ପଠାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସମସ୍ତ ପରିସ୍ଥିତି ଠିକ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ।

ସୂଚନା ଥାଉ କି ଏହା ପୂର୍ବରୁ କରାଚିରେ ଜୁଲାଇ ୫ତାରିଖରେ ସ୍ପାଇସଜେଟ୍‌ ବିମାନ ଅବତରଣ କରିଥିଲା । ବିମାନଟିର ନାଁ ସ୍ପାଇସଜେଟ୍‌ ଏସଜି-୧୧ ରହିଥିବା ବେଳେ ଏହା ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିଲା । ହେଲେ କିଛି ବୈଷୟିକ ତ୍ରୁଟିକାରଣରୁ ପାକିସ୍ତାନର କରାଚିରେ ଜରୁରୀ ଅବତରଣ କରାଯାଇଥିଲା । ଦୁଇ ସପ୍ତାହ ମଧ୍ୟରେ କରାଚିରେ ଅବତରଣ କରିବାରେ ଏହା ହେଉଛି ଦ୍ୱିତୀୟ ଭାରତୀୟ ବିମାନ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories