www.samajalive.in
Tuesday, December 9, 2025
15.1 C
Bhubaneswar

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାତ୍ରପୁର: ଦାଦନ ଖଟିବାକୁ ଯାଇଥିବା ଜଣେ ଦଳିତ ଯୁବକଙ୍କର କେରଳରେ ମୃତ୍ୟୁ ଘଟିଛି। ଯୁବକ ଜଣକ ପାତ୍ରପୁର ବ୍ଲକ ଦେସାରୀ ଗ୍ରାମର ସୀମାଞ୍ଚଳ ନାଇକ(କାଳୁ) ୨୮ ବୋଲି ଜଣାପଡ଼ିଛି । ୧୫ ଦିନ ତଳେ ଅଞ୍ଚଳର କିଛି ସାଙ୍ଗଙ୍କ ସହିତ କାମ କରିବାକୁ କେରଳ ଯାଇଥିଲେ। ତେବେ ଗତକାଲି ଭୋର ସମୟରେ ଏକ ଛାତରେ ବସିଥିବା ବେଳେ ହଠାତ ତଳକୁ ଖସି ପଡିଥିଲେ। ତୁରନ୍ତ ସାଙ୍ଗମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମମାଟି ଦେସାରୀ ଗ୍ରାମକୁ ଆଣିବା ପାଇଁ ବ୍ୟବସ୍ଥା ଚାଲିଛି। ସୀମାଞ୍ଚଳ ଗରିବ ପରିବାରର ହୋଇଥିବା ବେଳେ ତାଙ୍କର ବିଧବା ପତ୍ନୀ ଏବଂ ୪ବର୍ଷର କନ୍ୟା ସନ୍ତାନ ଅଛନ୍ତି । ତାଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡିଛନ୍ତି। ଯାହାକୁ ନେଇ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories