www.samajalive.in
Saturday, December 6, 2025
23.1 C
Bhubaneswar

କଂଟାବାଞ୍ଜି ରେଳଷ୍ଟେସନରୁ ୭୪ଜଣ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଞ୍ଜି : କଂଟାବାଞ୍ଜି ରେଳଷ୍ଟେସନରୁ ଜିଆରପି ପୁଲିସ ୭୪ ଜଣ ଦାଦନ ଶ୍ରମିକଙ୍କ ସହ ୧୩ ଜଣ ଶିଶୁକୁ ଉଦ୍ଧାର କରିଛି। ସମସ୍ତ ଦାଦନ ଶ୍ରମିକମାନଙ୍କୁ ସ୍ଥାନୀୟ ପୁଲିସ ସହାୟତାରେ ନିଜ ନିଜ ର ଗାଁକୁ ପଠାଇ ଦିଆଯାଇଛି। ଏହି ଶ୍ରମିକ ମାନଙ୍କ ମଧ୍ୟରେ ବେଲପଡ଼ା ଅଂଚଳର ୬୬ ଜଣ, ମୁରିବାହାଲ ର ଜଣେ ତୁରେକେଲା ଅଂଚଳର ୫ କଳହାଣ୍ଡି ଗୋଲାମୁଣ୍ଡା ପଂଚାୟତ ର କେ ଗାଁ ରୁ ଜଣେ ଓ ସିନେ୍ଧକେଲା ଥାନା ଅଂଚଳରୁ ଜଣେ ସମୁଦାୟ ୪୨ ପୁରୁଷ ୩୨ ମହିଳାଙ୍କ ବାଦ ୧୩ ଜଣ ଶିଶୁ ଥିବା  ଯାଂଚ ବେଳେ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଦାଦନ ଶ୍ରମିକ ମାନେ ସର୍ଦ୍ଧାର ମାନଙ୍କଠାରୁ ଅଗ୍ରିମ ୩୦ ହଜାର ଟଙ୍କା ଲେଖାଁଏ ନେଇ ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦ ଅଂଚଳ କୁ ଇଟା ଭାଟିରେ କାମ କରିବାକୁ, ମୁମ୍ବାଇ, ବିଶାଖାପାଟଣା ଏଲ.ଟି.ଟି ଏକ୍ସପ୍ରେସ ଟ୍ରେନ ଯୋଗେ ଯାଇଥାନ୍ତେ। ଜି.ଆର.ପି ପୁଲିସ ଏହି ଶ୍ରମିକ ମାନଙ୍କର ଲାଇସେନ୍ସ ଓ ଆବଶ୍ୟକୀୟ କାଗଜପତ୍ର ନ ଥିବା ଜାଣି ସ୍ଥାନୀୟ ତହସିଲଦାର ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ଶ୍ରମଅଧିକାରୀଙ୍କୁ ଖବର ଦେବା ପରେ ସମସ୍ତ ଶ୍ରମିକଙ୍କୁ ରେଳୱାଇ ବିଶ୍ରାମ ସ୍ଥଳରେ ଯାଂଚ ପାଇଁ ଅଟକ ରଖିଥିଲେ। ସକାଳେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ମାଝୀ, ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ ପୁଲିସ ଦଳ ସହ ଘଟଣାସ୍ଥଳ ଷ୍ଟେସନରେ ପହଂଚି ଦାଦନ ଶ୍ରମିକଙ୍କର ବୟାନ ରେକର୍ଡ କରିବା ସହ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଳାଣ ହେଉଥିବା ସୂଚନା ଦେଇଥିଲେ। ପରେ ଶ୍ରମ ଅଧିକାରୀ ଆଜି ମଧ୍ୟାହ୍ନରେ ଆସି କାଗଜପତ୍ର ଯାଂଚ କଲାପରେ ଜି.ଆର.ପି ପୁଲିସ ଏକ ମାମଲା କେସ ନଂ ୩୯ ରେ ୩ ଜଣ ସର୍ଦ୍ଧାରଙ୍କ ନାମରେ ମାମଲା ରୁଜୁ କରିଥିବା ଜି.ଆର.ପି ପୁଲିସ ସୂଚନା ଦେଇଛି। କାଲି ଏହି ଚଢଉରେ ଜି.ଆର.ପି ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ କୁମାର ସାହୁ, ସବ୍‌ଇନିସ୍ପକେଟର ମୋହନ ନାଏକ ଏ.ଏସ୍.ଆଇ ଉମାକାନ୍ତ ଅହିରଙ୍କ ସହ ଜି.ଆର.ପି ଏପି ଆର ଫୋର୍ସ ଟାଉନ ପୁଲିସ ଉପସ୍ଥିତ ଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories