ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ମର୍ଯ୍ୟାଦାପୁର ରାମାୟଣ ମଣ୍ଡପଠାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା  ଆଇନସେବା ପ୍ରାଧିକରଣ ବୌଦ୍ଧର ସଚିବ ଶାଶ୍ବତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ଏବଂ ମର୍ଯ୍ୟାଦାପୁରର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତର ଶ୍ରମିକ ଏବଂ ଗ୍ରାମବାସୀ ବହୁ ସଂ‌ଖ୍ୟାରେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତଙ୍କୁ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ନିର୍ମାଣ  ଶ୍ରମିକଙ୍କ ପାଇଁ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ, ସଙ୍ଗଠିତ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କାର୍ଡ ତିଆରି, ଏହାର ନବୀକରଣ, ଅନଲାଇନ୍‌ ଦ୍ୱାରା ସରକାରଙ୍କ ସୁବିଧା ପାଇବା ପାଇଁ ଆବେଦନ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା ।

Comments are closed.