www.samajalive.in
Monday, December 8, 2025
24.1 C
Bhubaneswar

ଷ୍ଟାଡିୟମର ଗ୍ୟାଲେରୀ ନିର୍ମାଣ ସମୟରେ ଖସିପଡି ଶ୍ରମିକ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀନଗର ସ୍ଥିତ ପିଆର ହାଇସ୍କୁଲ ପଡ଼ିଆରେ ଚାଲିଥିବା ନୂତନ ଗ୍ୟାଲେରୀ ନିର୍ମାଣ ସ୍ଥଳରେ ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଶ୍ରମିକ ଜଣକ ଜିଲା ବାହାରର ବୋଲି ଜଣାପଡିଥିବା ବେଳେ ସେ ଫାଏଲେରିଆ ରୋଗରେ ଆକ୍ରାନ୍ତ ଥିବା ଜାଣିବାକୁ ମିଳିଛି। ତେବେ ରୋଗାକ୍ରାନ୍ତ ଅବସ୍ଥାରେ ବିନା କୌଣସି ସୁରକ୍ଷାରେ କିଭଳି ତାଙ୍କୁ ନିର୍ମାଣ କାମରେ ନିୟୋଜିତ କରାଯାଇଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ବଲାଙ୍ଗୀର ଗାନ୍ଧୀ ନଗର ସ୍ଥିତ ଷ୍ଟାଡିୟମ ଠାରେ ଗ୍ୟାଲେରୀ ନିର୍ମାଣ କାମ ଜାରି ରହିଛି। ଅନୁଗୁଳ ଜିଲାର କିଛି ଶ୍ରମିକଙ୍କୁ ଠିକାଦାର ଜଣକ ଏହି କାମରେ ନିୟୋଜିତ କରିଥିବା ଜଣାପଡିଛି। ବୁଧବାର ନିର୍ମାଣ କାମ ଚାଲିଥିବା ବେଳେ ସନାତନ ମହାପାତ୍ର ନାମକ ଜଣେ ୫୫ ବର୍ଷିୟ ଶ୍ରମିକ ତଳକୁ ଖସିପଡିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଅନ୍ୟ ଶ୍ରମିକ ମାନେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କର ଗୋଡ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଏହା ସହିତ ଏହି ଶ୍ରମିକ ଜଣକ ଫାଏଲେରିଆ ରୋଗରେ ଆକ୍ରାନ୍ତ ଥିବା ବେଳେ କିଭଳି ତାଙ୍କୁ ନିର୍ମାଣ କାମରେ ନିୟୋଜିତ କରାଯାଇଥିଲା ତାକୁ ନେଇ ସାମାଜିକ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। କାମ କରୁଥିବା ଶ୍ରମିକମାନଙ୍କ କହିବା ଅନୁସାରେ ସେ ଭାରା ସାହାଯ୍ୟରେ ଉପରକୁ ଚଢୁଥିବା ସମୟରେ ପଡି ଆହତ ହୋଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories