www.samajalive.in
Wednesday, December 10, 2025
14.1 C
Bhubaneswar

ନକଲି ବିଦେଶୀ ମଦ କାରଖାନା ଠାବ, ୧ ଗିରଫ

ଗୋପାଳପୁର: ନକଲି ସାମଗ୍ରୀ ପ୍ରସ୍ତୁତ କାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଲଗାମ ଲଗାଇଵାରେ ସମସ୍ତ ବିଭାଗ ପ୍ରାୟ ସ୍ଥାଣୁ ଅବସ୍ଥା କୁ ଚାଲି ଆସିଲାଣି।ଗୋପାଳପୁର ପୁଲିସ ପକ୍ଷରୁ ଆମ୍ବପୁଆ ଅଞ୍ଚଳରେ ଚୋରାରେ ଚାଲୁରହିଥିବା ବିଦେଶୀ ମଦ କାରଖାନା କୁ ଠାବ କରିବାରେ ସକ୍ଷମ ହେବାସହ ନକିଲ ବିଦେଶୀ ମଦ ସହ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡିଛି। ଗୋପାଳପୁର ପୁଲିସ ଏହି ନକଲି ବିଦେଶୀ ମଦ କାରଖାନା ଖବରପାଇ ଏକ ସ୍ବତନ୍ତ୍ର ଟିମ ସହାୟତା ରେ ଆମ୍ବପୁଆ ନିୟତି ବିହାରର ଏକ ଭଡା ଘରେ ଚଢ଼ାଉ କରିଥିଲା।ଚଢ଼ାଉ ବେଳେ ଉକ୍ତ ଘର ଭିତରେ ଏକ ନକିଲ ବିଦେଶୀ ମଦ ପ୍ରସ୍ତୁତ କାରଖାନା ଦେଖିବାକୁ ପାଇଥିଲା।ଏହି ସଂକ୍ରାନ୍ତ ରେ ନକିଲ ମଦ ତିଆରି କରୁଥିବା ବ୍ରହ୍ମପୁର ବଡବଜାର ଥାନା ଶ୍ରୀରାମନଗର ଅନ୍ତର୍ଗତ ଜଗନ୍ନାଥ ବିହାର ୭ମ ଲେନ ର ସୀମାଞ୍ଚଳ ପ୍ରଧାନକୁ ଗିରଫ କରିବା ସହ ଉକ୍ତ ଘର ମଧ୍ୟରୁ ୨୭ବୋତଲ ହୋମିଓପ୍ୟାଥିକ ସ୍ପରିଟି(ବ୍ରାୟନିଆ ଆଲବା ସ୍ପିରିଟ) ସହ ୧୭ ଠିପି ବନ୍ଦ ମେକ୍ ଡୋଲ ଓ୍ବିସ୍କି ବୋତଲ, ୬ ବୋତଲ ଆଇ.ବି ଓ୍ବିସ୍କି ସହ ୧୫୦ଟି ମେକ୍ ଡୋଲ ଓ୍ବିସ୍କି ଖାଲି ବୋତଲ, ୧୫୦ଟି ଆଇ.ବି ଓ୍ବିସ୍କି ଖାଲି ବୋତଲ ସହ ,୨୦୦ଗ୍ରାମ ରଙ୍ଗ ପାଉଡର,ଗୋଟିଏ ପାଣି ଜାର ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗତ କିଛି ବର୍ଷ ହେବ ସୀମାଞ୍ଚଳ ପ୍ରଧାନ ଏହି ବ୍ୟବସାୟ କରିଆସୁଥିବା ବେଳେ ଏହି ମଦ ପ୍ରସ୍ତୁତ ପରେ ବ୍ରହ୍ମପୁର ସହର ର ଆଖପାଖ ଗ୍ରାମାଞ୍ଚଳରେ ଏହାକୁ ବିକ୍ରି କରୁଥିଲା ବୋଲି ପୁଲିସ ନିକଟରେ ସ୍ବିକାର କରିଥିବା ଜଣାପଡିଛି।ପୁଲିସ ପକ୍ଷରୁ ଏହା ନେଇ ଥାନାରେ ଏକ ମାମଲା ରୁଜୁ କରି ସୀମାଞ୍ଚଳ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛି।ପୁଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ମଦ କୁ ପରୀକ୍ଷା ନିମନ୍ତେ ଫରନେସିକ୍ ଲେବକୁ ପଠାଇବା ସହ ଏହି ମଦ କରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ ତଦନ୍ତ ଚଳାଇବା ସହ କେଉଁ କେଉଁ ଅଞ୍ଚଳରେ ଏହି ମଦ ବିକ୍ରି କରାଯାଉଥିଲା ଓ କେଉଁ ମାନେ ଏହାକୁ ନେଇ ବିକ୍ରି କରୁଥିଲେ ତାହାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories