ଆନ୍ଧ୍ରା କୁଠାରୀ ଚଣ୍ଡୀଙ୍କ ପୀଠରେ ଅଶୋକାଷ୍ଟମୀ

କୁଠାରୀ ଚଣ୍ଡୀଙ୍କ ମୁଣ୍ଡନ ଯାତ୍ରା ଅନୁଷ୍ଠିତ

ପାତ୍ରପୁର :  ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ରାଜପୁର ପଂଚାୟତ ବିନ୍ଧ୍ୟଗିରି ଗ୍ରାମରେ ଅବସ୍ଥିତ ମାଁ କୁଠାରୀ ଚଣ୍ଡୀଙ୍କ ପୀଠରେ ଅଶୋାଷ୍ଟମୀ ଯାତ୍ରା ଅନୁଷ୍ଠତ ହେଉଛି । ଏହି ପୀଠକୁ ଆନ୍ଧ୍ର ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଥାଏ । ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଏହି ପୀଠରେ ମାଁ କୁଠାରୀଙ୍କ ଅଶୋକାଷ୍ଟମୀ ଯାତ୍ରା ଅବସରରେ ଏଠାରେ ବହୁ ମାନସିକଧାରୀ ପରିବାର ନିଜ ପିଲାଙ୍କ ମୁଣ୍ଡନ କରିଥାନ୍ତି। ଏଥିପାଇଁ ଏହା ମୁଣ୍ଡନ ଯାତ୍ରା ବୋଲି  ପରିଚିତ।

ଯାତ୍ରା ପୂର୍ବଦିନ ଆଖପାଖ ଗ୍ରାମର ଭକ୍ତଙ୍କ ଉପସ୍ଥିତିରେ ମହାଦୀପ ଚଢାହୁଏ । ଯାତ୍ରାଦିନ ମାଁ ଙ୍କ ମାଙ୍ଗଳିକ ସ୍ନାନ, ଅଭିଷେକ ଓ ଆଳତୀ ପରେ ରାତ୍ର ଦୁଇ ଘଣ୍ଟାରୁ ଦର୍ଶନ ଆରମ୍ଭ ହୁଏ। ପ୍ରଥମେ ନିଃସନ୍ତାନ ଦମ୍ପତିଙ୍କ ଗୁଆବିଧାନ ପୂଜା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ଏହି ଯାତ୍ରାରେ ଗତ ରାତି ଠାରୁ ପ୍ରବଳ ଜନସମାଗମ  ଲାଗି ରହିଥିଲା । ଯାତ୍ରୀଙ୍କ ଭିଡ଼କୁ ଦେଖି ଆନ୍ଧ୍ରର ଇଚ୍ଛାପୁର ଓ କାବିଟି  ପୁଲିସ ଥାନା ତରଫରୁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କରାଯାଇ ଭକ୍ତ ମାନଙ୍କ ଦର୍ଶନ ବ୍ୟବସ୍ଥା ଗ୍ରହଣ କରିଥିଲେ ।  ମାଁ କୁଠାରୀ ଚଣ୍ଡୀ କମିଟିର ସମସ୍ତ ସଦସ୍ୟ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି ।

Comments are closed.