www.samajalive.in
Saturday, December 6, 2025
23.1 C
Bhubaneswar

କୁଳଭୂଷଣ ପ୍ରସଙ୍ଗରେ ଭାରତର ତୀବ୍ର ପ୍ରତିକ୍ରିୟା; ନାଟକବାଜୀ କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନ ସରକାର ସମସ୍ତ ନ୍ୟାୟିକ ଦିଗକୁ ବନ୍ଦ କରିଦେଇଛନ୍ତି। ତେଣୁ ଏହା ଉପରେ ନୂଆ ଉପାୟ ବାହାର କରିବାକୁ ପ୍ରୟାସ ଜାରି ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି। କୁଳଭୂଷଣଙ୍କ ପାଇଁ ଓକିଲ ନିଯୁକ୍ତି କରିବାକୁ ପାକିସ୍ତାନ ସରକାର ଇସଲାମାବାଦ ହାଇକୋର୍ଟଙ୍କ ଅନୁମତି ଲୋଡିବା ସମ୍ପର୍କିତ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହା କହିଛନ୍ତି। ସେ କହିଛନ୍ତି ଯେ କୁଳଭୂଷଣଙ୍କ କ୍ଷେତ୍ରରେ ପାକିସ୍ତାନର ଆଭିମୁଖ୍ୟ ଏକ ନାଟକ (ଫାର୍ସ)। ଏହି ପ୍ରସଙ୍ଗରେ ଭାରତର ପାକିସ୍ତାନୀ ଓକିଲ ସୂଚନା ଦେଇଛନ୍ତି ଯେ ପାୱର ଅଫ ଆଟର୍ଣ୍ଣି ବିନା ମୃତ୍ୟୁ ଦଣ୍ଡାଦେଶ ଉପରେ ସମୀକ୍ଷା ଆବେଦନ କରାଯାଇପାରିବ ନାହିଁ। ଏହା ସହିତ ସମୀକ୍ଷା ଆବେଦନ ପାଇଁ ଆବଶ୍ୟକ କାଗଜପତ୍ରର ଦରକାର ରହିଛି। ପାକିସ୍ତାନ କହିଥିଲା ଯେ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡର ସମୀକ୍ଷା ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୦ ତାରିଖ। ଗତ ସପ୍ତାହରେ ପାକିସ୍ତାନ ସରକାର ଦାବି କରିଥିଲେ ଯେ କୁଳଭୂଷଣ ତାଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ଆବେଦନ କରିବାକୁ ଚାହୁଁ ନାହାନ୍ତି। ପାକିସ୍ତାନର ଏପରି ଦାବି ଉପରେ ଭାରତ ତୀବ୍ର ପ୍ରତିବାଦ ଜଣାଇବା ପରେ କୁଳଭୂଷଣଙ୍କୁ ସାକ୍ଷାତ କରିବା ଲାଗି ପାକିସ୍ତାନ ସରକାର ଜୁଲାଇ ୧୬ ତାରିଖରେ ଭାରତକୁ ଅନୁମତି ଦେଇଥିଲେ; ମାତ୍ର ଏହି ସାକ୍ଷାତ ଅବାଧ ଓ ମୁକ୍ତ ନଥିବା ଭାରତ ଅଭିଯୋଗ କରିଥିଲା। ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ସରକାର ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ବନ୍ଦୀ କରିରଖିଛି। ତାଙ୍କୁ ପାକିସ୍ତାନ ସାମରିକ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ଭାରତ ସରକାର ଆନ୍ତର୍ଜାତିକ ନ୍ୟାୟିକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଆନ୍ତର୍ଜାତିକ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା କରିବା ଲାଗି ପାକିସ୍ତାନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories