www.samajalive.in
Saturday, December 6, 2025
14.1 C
Bhubaneswar

କୁଚିଣ୍ଡାରେ ଚାଞ୍ଚଲ୍ୟ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କୁଚିଣ୍ଡା :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରସ୍ଥ ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଥିବାର ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ , କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଆଜି ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ । ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରି ଥିବା ଅନୁମାନ କରାଯାଉଛି । ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ। ମୃତକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ । ସେ ସହରସ୍ଥ ଚର୍ଚ୍ଚ ପଡାରେ ଘର କରି ରହୁଥିଲେ । ଗତକାଲି ଶିକ୍ଷକ ଜଣଙ୍କ କୌଣସି କାମରେ ବାହାରକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଆଜି ସକାଳେ ଖର୍ଲା ପୋଲ ନିକଟରେ ଶିକ୍ଷକଙ୍କ ଗଳାକଟା ଅବସ୍ଥାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପରିବାରଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ତେବେ ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories