କେଟିଏମ୍ ଆଣିଲା ପ୍ରଥମ ଅଟୋମେଟିକ୍ ବାଇକ, ମିଳିବ ୫ ରାଇଡିଂ ମୋଡ୍
ନୂଆଦିଲ୍ଲୀ : କେଟିଏମ୍ ନିଜ ନୂଆ ମଡେଲ ପ୍ରଥମ ଅଟୋମେଟେଡ୍ ମାନୁଆଲ ଟ୍ରାନ୍ସମିଶନ(ଏଏମଟି) ମୋଟରସାଇକେଲ ନେଇଆସିଛି । ଏହି ମୋଟରସାଇକେଲର ନାଁ ୨୦୨୫ କେଟିଏମ୍ ୧୩୯୦ ସୁପର ଆଡଭେଞ୍ଚର ଏସ୍ ଇଭିଓ । ପ୍ରଥମ ଥର କେଟିଏମ୍ ବାଇକରେ ଏଏମଟି ମିଳୁଛି ।
୧୩୦୧ ସିସିର ଇଞ୍ଜିନକୁ ୧୩୫୦ସିସି କରିଦେଇଛି କମ୍ପାନୀ । ପାଓ୍ବର ଆଉଟପୁଟ୍ ୧୭୩ ପିଏସ୍ ଏବଂ ଟର୍କ ଆଉଟପୁଟ୍ ୧୪୫ ଏନଏମ୍ । ଏହି ଇଞ୍ଜିନ ଦମଦାର ପାଓ୍ବର ପ୍ରଦାନ କରିବ । ଏଥିରେ ଆଗରେ ୧୯ ଇଞ୍ଚ ଓ ପଛରେ ୧୭ ଇଞ୍ଚର ହ୍ବିଲ ଦିଆଯାଇଛି । ବାଇକରେ ୮.୮ ଇଞ୍ଚର ଟିଏଫଟି ଡିସପ୍ଲେ ରହିଛି । ବାଇକରେ ୫ ରାଇଡିଂ ମୋଡ୍ ରେନ୍, ଷ୍ଟ୍ରିଟ୍, ସ୍ପୋର୍ଟ, ଅଫରୋଡ୍ ଓ କଷ୍ଟମ ରାଇଡ୍ ମୋଡ୍ ରହିଛି । ବାଇକର ଦାମ୍ ସମ୍ପର୍କରେ କୌଣସି ସୂଚନା ଦେଇନି କମ୍ପାନୀ ।
Comments are closed.