www.samajalive.in
Friday, December 12, 2025
27.1 C
Bhubaneswar

ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପ୍ରସ୍ତୁତ: ଜନ ଜୀବନ ସୁରକ୍ଷାକୁ ଗୁରୁତ୍ବ

ଭୁବନେଶ୍ବର: ବାତ୍ୟା ‘ଦାନା’ର ପ୍ରଭାବ ଖୋର୍ଦ୍ଧା ଜିଲାରେ ପଡୁଥିବାରୁ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ସଫଳ ମୁକାବିଲା ପାଇଁ ଜନ ଜୀବନକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଓଡ୍ରାଫ ବାହିନୀ ମୁତୟନ ହେବା ସହ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ଓ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ରହୁଥିବା ଜନସାଧାରଣ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏଥିସହ ଏଠାରେ ବିଶୁଦ୍ଧ ପାନୀୟ ଜଳ, ଆଲୋକୀକରଣ, ପରିମଳ ଇତ୍ୟାଦି ଅନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

- Advertisement -

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରତିକାରାତ୍ମକ ପଦକ୍ଷେପ ସ୍ୱରୂପ ବର୍ତ୍ତମାନ ସୁଦ୍ଧା ୧୭୯ ଜଣ ଗର୍ଭବତୀ ମହିଳା ଓ ୮ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁବିଧା ମୁତାବକ ସ୍ଥାନାନ୍ତର କରାଯାଇଛି। ଏସଆରସିଙ୍କ ସହ ସ୍ବତନ୍ତ୍ର ସଚିବ ଏବଂ ଏଡିଏମ ଜେନେରାଲ ବେଣାପଞ୍ଜରି ଅସ୍ଥାୟୀ ବାତ୍ୟା କେନ୍ଦ୍ରକୁ ପରିଦର୍ଶନ ସହ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଚିଲିକା ଅଞ୍ଚଳର କୃଷକ ଏବଂ ଟାଙ୍ଗି ବିଡିଓଙ୍କ ସହ ଆଲୋଚନା କରାଯାଇଥିଲା।

ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା “ଦାନା”ରୁ ସମସ୍ତ ଗର୍ଭସ୍ଥ ମହିଳା, ମା ଶିଶୁ, ଦିବ୍ୟାଙ୍ଗ, ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ଗୋ ମହିଂଶାଦି , ସୁରକ୍ଷା ଆଶ୍ରୟ ସ୍ଥଳୀମାନଙ୍କରେ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ମନୁଷ୍ୟ ଓ ସମସ୍ତ ପ୍ରାଣୀ ସମସ୍ତଙ୍କୁ ସେବାଯୋଗାଇବା ନିମନ୍ତେ ଓଡରାଫ୍ ଓ ଏନଡ୍ରାଫ ବରିଷ୍ଠ ଅଧିକାରୀ ଏବଂ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇ ସଜାଗ ରଖାଯାଇଛି ଓ ସେବା ମଧ୍ୟ ଚାଲୁ ରହିଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories