www.samajalive.in
Monday, December 15, 2025
26.1 C
Bhubaneswar

ଅଜିତ ମଙ୍ଗରାଜଙ୍କ ମା’ଙ୍କର ପରଲୋକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ପରଲୋକ ଘଟିଛି। ଅଜିତ ମଙ୍ଗରାଜ ଅସୁସ୍ଥ ଥିଲେ ଏବଂ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯିବାପରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ବିୟୋଗ ପରେ ପିପିଲି ଉପନର୍ବିାଚନକୁ ସ୍ଥଗିତ ରଖାଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ ଅଜିତ ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହେବାପରେ ତାଙ୍କ ମା’ ମଧ୍ୟ ହୃଦରୋଗର ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ। ତେବେ ସେଠାରେ ସେ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡିଥିଲା ଏବଂ ତାଙ୍କର ଫୁସଫୁସ ଅତିମାତ୍ରରେ ସଂକ୍ରମିତ ହୋଇସାରିଥିବା ପରୀକ୍ଷାରୁ ଜଣାପଡିଥିଲା। ଶେଷରେ ସେ ସ୍ଥାନୀୟ ଏକ ହସପିଟାଲରେ ଆଖି ବୁଜିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories