www.samajalive.in
Saturday, December 6, 2025
14.1 C
Bhubaneswar

ପୁରୀ ଜିଲାର ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳରେ କରାଗଲା ସ୍କ୍ରିନିଂ ସେଣ୍ଟର

ପିପିଲି : ରାଜ୍ୟ ବାହାରୁ ଫେରୁଥିବା ପୁରୀ ଜିଲାର ପ୍ରବାସୀ ଓଡିଆଙ୍କ ପାଇଁ କୃପାଜଳ ଇଂଜିନିୟରିଂ କଲେଜର ଏମଟେକ୍‍ ବିଲ୍ଡିଂରେ ପ୍ରଶାସନ ପକ୍ଷରୁ ସ୍କ୍ରିନିଂ ସେଣ୍ଟର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୁରୀ  ଜିଲାପାଳ ବଲୱନ୍ତ ସିଂ, ଏସ୍‍ପି ଡଃ. ଉମାଶଙ୍କର ଦାଶ ଆଜି ପିପିଲି ଗସ୍ତରେ ଆସି କୃପାଜଳ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିଥିଲେ । ପୁରୀ ଜିଲାର ପ୍ରବେଶ ପଥରେ ଜାତୀୟ ରାଜପଥ କଡରେ ଥିବା ଏହି କଲେଜ ପରିସରରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ସେଠାରେ ସ୍କ୍ରିନିଂ ସେଣ୍ଟର କରାଯିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ରାଜ୍ୟ ବାହାରେ ରହୁଥିବା ଜିଲାର ପ୍ରବାସୀ ଓଡିଆ ମାନେ ଟ୍ରେନ୍‍ ଓ ବସ୍‍ ଯୋଗେ ଓଡିଶା ଫେରୁଥିବା ବେଳେ ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍‍ ଯୋଗେ କୃପାଜଳ ଇଂଜିନିୟରିଂ କଲେଜକୁ ଅଣାଯିବ । ସେଠାରେ ଜିଲାର ବିଭିନ୍ନ ବ୍ଲକ ପାଇଁ କରାଯାଇଥିବା ସ୍ୱତନ୍ତ୍ର କ୍ୟାମ୍ପରେ ସେମାନଙ୍କ ପଞ୍ଜିକରଣ କରାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଯଦି କାହାର କରୋନା ଲକ୍ଷଣ ଥିବା ପରିଲକ୍ଷିତ ହୁଏ ତେବେ ସେହି ବ୍ୟକ୍ତିମାନଙ୍କୁ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲକୁ ନିଆଯିବ । ଯେଉଁମାନଙ୍କର ସ୍ୱାସ୍ଥ୍ୟ ଠିକ୍‍ ଥିବ ସେମାନଙ୍କୁ ସ୍ୱତନ୍ତ୍ର ବସ୍‍ ଯୋଗେ ସେମାନଙ୍କ ବ୍ଲକକୁ ନିଆଯାଇ ସେଠାରୁ ପରେ ସେମାନଙ୍କ ପଞ୍ଚାୟତରେ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍‍ରେ ରଖାଯିବ । ଜିଲା ଫେରନ୍ତା ପ୍ରବାସୀ ଓଡିଆଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ମାଗଣା ବସ୍‍ ବ୍ୟବସ୍ଥା କରାଯାଇଥିବା ବେଳେ କୃପାଜଳ ଇଞ୍ଜିନିୟରିଂ କଲେଜ ସ୍କ୍ରିନିଂ ସେଣ୍ଟରରେ ସେମାନଙ୍କ ପାଇଁ ମାଗଣା ଖାଇବା ଓ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯାଇଛି । କଲେଜ ପରିସରରେ ଆଲୋକ ଓ ପରିମଳ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଜିଲାପାଳ ଓ ଏସ୍‍ପି ଙ୍କ ଏହି ଗସ୍ତ ସମୟରେ ଜିଲା ଅତିରିକ୍ତ ଏସ୍‍ପି ଅରୁଣ କୁମାର ଜେନା, ଉପଜିଲାପାଳ ଭବତାରଣ ସାହୁ, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ତହସିଲଦାର ସପନ କୁମାର ନନ୍ଦ, ଆଇଆଇସି ଶରତ କୁମାର ସାହୁ, ବିଡିଓ ଗୌରବମୟ ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories