www.samajalive.in
Saturday, December 6, 2025
14.1 C
Bhubaneswar

କୋଟିଆରେ ରାଜୁତି କରିବେ ଆନ୍ଧ୍ର ଲୋକ ପ୍ରତିନିଧି !

ପଟ୍ଟାଙ୍ଗି : ଆନ୍ଧ୍ରର ଉଚ୍ଚ ନ୍ୟାୟାଳୟ ନିର୍ଦେଶ ପରେ ମଣ୍ଡଳ ପରିଷଦ ଓ ଜିଲା ପରିଷଦ ଏମ. ପି. ଟି. ସି/ଜେଡପିଟିସି ନିର୍ବାଚନ ଫଳାଫଳ ଘୋଷିତ ହୋଇଛି। ଭୋଟ ଗଣନା କରି ନିର୍ବାଚନ ଫଳ ପ୍ରକାଶ କରିଛନ୍ତି ଆନ୍ଧ୍ର ସରକାର ା ଆଜି ନିର୍ବାଚନ ଫଳାପଳ ଘୋଷଣା ହେବା ପରେ କୋଟିଆରେ ଆନ୍ଧ୍ରର ଲୋକ ପ୍ରତିନିଧି ରାଜୁତି ଆରମ୍ଭ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ା ଆନ୍ଧ୍ର ରାଜ୍ୟ ସରକାର ସ୍ଥଗିତ ରହିଥିବା କୋଟିଆ ତଥା ଆନ୍ଧ୍ରର ଏମ.ପି.ଟି.ସି/ଜେଡ.ପି.ଟି.ସି ନିର୍ବାଚନ ଫଳାଫଳ ନିମନ୍ତେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଗୁରୁବାର ଉଚ୍ଚ ନ୍ୟାୟାଳୟ ପୁନର୍ବାର ନିର୍ବାଚନ ନ କରି ଭୋଟ ଗଣତି କରାଯିବା ନିମନ୍ତେ ନିର୍ଦେଶ ଦେଇଥିଲେ। ରବିବାର ସମଗ୍ର ରାଜ୍ୟ ସମେତ କୋଟିଆ ନିର୍ବାଚନର ଭୋଟ ଗଣତି କରି ଫଳ ପ୍ରକାଶ ନିମନ୍ତେ ଦିନ ଧାର୍ଯ୍ୟ କରିଥିଲେ। ଆଜି ଆନ୍ଧ୍ରପ୍ରଦେଶର ସମସ୍ତ ଜିଲାରେ ଭୋଟ ଗଣତି ହୋଇଛି। କୋଟିଆ ଅଞ୍ଚଳ ନିମନ୍ତେ ଓଡ଼ିଶା ସୀମାନ୍ତ ସାଲୁର ସହର ସ୍ଥିତ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଭୋଟ ଗଣତି କରାଯାଇଥିଲା। କୋଟିଆ ଅଞ୍ଚଳର ଗଞ୍ଜେଇଭଦ୍ରା (ଗଞ୍ଜେଇପଦର) ସମେତ ସୀମାନ୍ତ ସାରିକି,
କୋଡମାର ଏମ.ପି.ଟି.ସି/ଜେଡ଼.ପି.ଟି.ସି ନିର୍ବାଚନ ଫଳାଫଳ ପ୍ରକାଶ କରିଛି ଆନ୍ଧ୍ର। ଗଞ୍ଜେଇପଦର ମୋଟ ଭୋଟ ୨୭୦ ମଧ୍ୟରୁ ୱାଏସଆର ୧୨୫ଟି ଭୋଟ ହାତେଇଥିବାବେଳେ ସିପିଏମ ୮୩ଟି ଭୋଟ ହାସଲ କରିଛି ା ୪୭ଟି ଭୋଟ ନାକଚ ହୋଇଛି ା ଲୋଟାରେ ୧୫ଟି ଭୋଟ ପଡ଼ିଥିବା ଜଣାଯାଇଛି ା ସିପିଏମ ଦଳଠାରୁ ୱାଏସଆର କଂଗ୍ରେସ ଦଳର ନେତ୍ରୀ ମାଝୀ ଆପାଲାମା ୪୨ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ା ସେହିପରି ଜେଡପିଟିସି ପାଇଁ ଆନ୍ଧ୍ରର ତୋନାମ ଜିଲାପରିଷଦ ନିର୍ବାଚନରେ ବିବାଦୀୟ କୋଟିଆ ଅଞ୍ଚଳ ଲୋକ ଭୋଟ ଦେଇଥିଲେ। ଏଥିରେ ଶାସକ ୱାଇଆରଏସ କଂଗ୍ରେସ ଦଳର ପ୍ରାର୍ଥିନୀ ଗିନ୍ଦ ଗେମେଲ ୮୦ଭୋଟ ବ୍ୟବଧାନରେ ତେଲୁଗୁଦେଶମ ପ୍ରାର୍ଥୀ ବୁନ୍ଦା ଚୋଡ଼ିପାଲିଙ୍କୁ ପରାଜିତ କରିଥିବା ଜଣାଯାଇଛି ା ଏଠାରେ ପ୍ରକାଶଥାଉକି ଆନ୍ଧ୍ର କରିଥିବା ଅନ୍ୟ ଦୁଇଟି ପଞ୍ଚାୟତ ପାଟୁଚିନେରୁ( ଫାଟୁସିନେରି) ଓ ଫଗୁଣଚିନେରୁ (ଫଗୁଣସିନେରି)ରେ ପୂର୍ବରୁ ଦୁଇ ପ୍ରାର୍ଥି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାଯାଇଛି। କୋଟିଆରେ ଓଡ଼ିଶାର ଜଣେ ସରପଞ୍ଚ ରହିଥିବାବେଳେ ଆନ୍ଧ୍ର ତିନୋଟି ପଞ୍ଚାୟତରେ ବିଭକ୍ତ କରି ତିନିଜଣ ସରପଞ୍ଚ ନିର୍ବାଚିତ କରିଥିବାରୁ ଆଗାମୀ ଦିନରେ କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ନଜର ଅଧିକ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ା ଭୌଗୋଳିକ ଦୃଷ୍ଟିକୋଣରୁ ପାହାଡ଼ ପର୍ବତ ଘେରା ଏହି ପଞ୍ଚାୟତବାସୀଙ୍କ ସର୍ବାଙ୍ଗୀଣ ସୁବିଧା ଦୃଷ୍ଟିରୁ ଓଡ଼ିଶା ସରକାର ମଧ୍ୟ କୋଟିଆକୁ ଅତି କମରେ ଦୁଇଟି ପଞ୍ଚାୟତରେ ଭାଗ କରି ଲୋକଙ୍କ ଅଧିକ ନିକଟତର ହେବାର ଆବଶ୍ୟକତା ଥିବା ମତପ୍ରକାଶ ପାଉଛି ା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories