www.samajalive.in
Friday, December 12, 2025
19.1 C
Bhubaneswar

ବିଦେଶୀ ବାର୍ ଖୋଲିବା ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲା କୋଶଳ ଆନ୍ଧ୍ର କଲ୍‌ଚରାଲ ଏସୋସିଏସନ୍

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ବେଆଇନ ବିଦେଶୀ ମଦ ଦୋକାନ(ଖୋଲା ବାର୍)ଖୋଲାଯିବା ର ଖବର ପାଇବା ପରେ କୋଶଳ ଆନ୍ଧ୍ର କଲ୍‌ଚରାଲ ଏସୋସିଏସନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇ ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି। ଏସୋସିଏସନ୍ ର କହିବା ଅନୁଯାୟୀ, ଏହି ବାର୍ ଯେଉଁଠାରେ ଖୋଲିବାର ଯୋଜନା ପ୍ରସ୍ତୁତ ହୋଇଛି, ତାର ଅନତି ଦୂରରେ ରହିଛି ଆନନ୍ଦ କଲ୍ୟାଣ ମଣ୍ଡପ। ଏହି କଲ୍ୟାଣ ମଣ୍ଡପଟି ୫୩ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ। ମଣ୍ଡପଟି ଅତୀବ ସୁନ୍ଦର୍ କାରୁକାର୍ଯ୍ୟ ତଥା ସାମୁହିକ କାର୍ଯ୍ୟ ଯଥା ବିବାହ,ବ୍ରତ,ବଡ ବଡ ସଭା ସମିତି ଏମିତିକି ଅଞ୍ଚଳର ଯେ କୌଣସି ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅନୁକୂଳ ବାତାବରଣ ପ୍ରଦାନ କରିଥାଏ ତେଣୁ ପ୍ରାୟ ସବୁବେଳେ କିଛି ନ କିଛି କାର୍ଯ୍ୟକ୍ରମ ଚାଲିଥାଏ । ଏହି ମଣ୍ଡପକୁ ମହିଳା, ଛାତ୍ରଛାତ୍ରୀ ମାନଙ୍କର ସମାଗମ ପ୍ରାୟ ରହିଥାଏ । ପାଖରେ ସିଦ୍ଧାର୍ଥ ସ୍କୁଲ୍ ଓ ଅତାବିରା ନୋଡାଲ ଉଚ୍ଚ ସ୍କୁଲ ରହିଛି ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ପ୍ରତିଦିନ ଯିବା ଆସିବା କରିଥାନ୍ତି। ନିକଟରେ ଏଠାରେ ଏକ ବାଲାଜୀ ମନ୍ଦିର ତିଆରି ହେବାର ମଧ୍ୟ ଯୋଜନା ରହିଛି। ଯାହା ଫଳରେ ମନ୍ଦିରକୁ ଶହ ଶହ ଲୋକଙ୍କ ଯିବା ଆସିବା ଲାଗି ରହିବ। ଏହି ସ୍ଥାନରେ ଯଦି ମଦ ଦୋକାନ ଖୋଲାଯାଏ ତେବେ ମଦୁଆମାନଙ୍କ ଆଡ୍ଡାସ୍ଥଳୀ ହୋଇ ମଦୁଆ ମାନଙ୍କ ରାଜ ଚାଲିବ। ଏମିତି ବି ଅଞ୍ଚଳରେ ଏହି ମଦ ଓ ଜୁଆର ପ୍ରଭାବରେ ନୀତି ପ୍ରତି ଭାବରେ ଚୋରି, ଡକାୟତି, ହତ୍ୟା ଆଦି  ଘଟଣା ଘଟିଚାଳିଛି। ପୁଣି ଏଠାରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ମଣ୍ଡପ ତଥା ମନ୍ଦିରକୁ ଆସୁଥିବା ଲୋକଙ୍କ ଠାରୁ ଲୁଟ୍‌ପାଟ ଏବଂ ଝିଅ ବୋହୂ ମାନଙ୍କୁ ଖରାପ ବ୍ୟବହାର କରିବା ଭଳି ସଙ୍ଗୀନ ଅଭିଯୋଗ ହେଉଛି। ତେଣୁ ଏସବୁକୁ ନଜରରେ ରଖି ସରକାରୀ ଆଇନକୁ ଉଲ୍ଲଂଘନ କରି ଏହି ବାର୍ ଖୋଲା ଯିବାପାଇଁ ଯେଉଁ ଯୋଜନା କରାଯାଉଛି ତା ଉପରେ ପ୍ରଶାସନ ଦୃଷ୍ଟି ଦେଇ ଏହାକୁ ବନ୍ଦ କରାଯାଉ ବୋଲି ଏସୋସିଏସନ ପକ୍ଷରୁ ଦାବି ହୋଇଛି।  ଯଦି ଏହା ବନ୍ଦ ନ ହୁଏ ତେବେ ଭବିଷ୍ୟତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ସହ ପରିସ୍ଥିତି ଉଗ୍ର ରୂପ ନେବ ବୋଲି ଏସୋସିଏସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହା ବ୍ୟତୀତ  ବରଗଡ଼ ଆରକ୍ଷୀ ଅଧିକାରୀ, ଅବକାରୀ ବିଭାଗ ସୁପରିଷ୍ଟେଣ୍ଡେନ ବରଗଡ଼, ଅତାବିରା ତହସିଲଦାର, ଥାନା ଅଧିକାରୀ ଓ ଅତାବିରା ଅବକାରୀ ବିଭାଗକୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories