www.samajalive.in
Sunday, December 14, 2025
16.1 C
Bhubaneswar

କୋଶଳ ବନ୍ଦକୁ ବିରୋଧ: ସମ୍ବଲପୁରୀ ଭାଷା ପଶ୍ଚିମ ଓଡିଶାର ସ୍ୱାଭିମାନ. ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଅଭଦ୍ର ଭାଷାରେ ଟିପ୍ପଣୀର ବିରୋଧରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟପାଳଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ହୀରାଖଣ୍ଡ ସାମୁଖ୍ୟ ସଙ୍ଗଠନର ତତ୍ୱାବଧାନରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ, ସମ୍ବଲପୁର ଜିଲାପାଳ ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ତଥା ସମ୍ବଲପୁରୀ ଭାଷାର ଅପମାନ ଦୁର୍ଭାଗ୍ୟଜନକ ଅଟେ। ସମ୍ବଲପୁରୀ ଭାଷା ପଶ୍ଚିମ ଓଡିଶାର ସ୍ୱାଭିମାନ ହୋଇଥିବାରୁ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ।

କିଛି ଅସାମାଜିକବ୍ୟକ୍ତି ମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଅପମାନ କରୁଛନ୍ତି। ଏଣୁ ଅଭିଯୁକ୍ତ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆଇନ ଅନୁଯାୟୀ ଗ୍ରହଣ କରାଯିବା ଉଚିତ। ପଶ୍ଚିମ ଓଡିଶାର ୨ କୋଟିରୁ ଉର୍ଦ୍ଧ୍ବ ଜନତାଙ୍କ ଭାଷା ସମ୍ବଲପୁରୀ ହୋଇଥିବାରୁ ଏହାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ। ସମ୍ବଲପୁରୀ ଭାଷାରେ, କବିତା, ଗଳ୍ପ, ପ୍ରବନ୍ଧ ଡ୍ରାମା ଓ ଅନ୍ୟାନ୍ୟ ସାହିତ୍ୟିକ ରଚନା ରହିଛି। ପଶ୍ଚିମ ଓଡିଶାରେ କୋଶଳ ନାମରେ ଭ୍ରମ ସୃଷ୍ଟି କରାଯାଉଛି। କୋଶଳ ସହିତ ପଶ୍ଚିମ ଓଡିଶାର କୌଣସି ସମ୍ପର୍କ ନ ଥିବାରୁ ଏହାକୁ ସମ୍ପୁର୍ଣ୍ଣ ରୂପେ ଆମେ ବିରୋଧ କରୁଛୁ। ଉପରୋକ୍ତ ସଙ୍ଗଠନ ଦ୍ୱାରା ଶନିବାର ଆହୁତ କୋଶଳ ବନ୍ଦକୁ ସମ୍ପୁର୍ଣ୍ଣ ରୂପେ ବିରୋଧ କରୁଛୁ। ଓଡିଶାର ପଶ୍ଚିମାଞ୍ଚଳ ହୀରାଖଣ୍ଡ ରୂପେ ପରିଚିତ ଥିବା ବେଳେ ଏହା ଅତ୍ୟନ୍ତ ଅବହେଳିତ ରହିଛି। ଏ

- Advertisement -

ଣୁ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୁଆପଡା ଓ କଳାହାଣ୍ଡି ଜିଲା ସମେତ ଅନୁଗୁଳ ଜିଲାର ଆଠମଲ୍ଲିକ ଉପଖଣ୍ଡକୁ ନେଇ ହୀରାଖଣ୍ଡ ରାଜ୍ୟ ଗଠନ କରାଯାଉ। ହୀରାଖଣ୍ଡ ରାଜ୍ୟ ଗଠନ ନ ହେବା ପର୍ଯ୍ୟନ୍ତ ସମ୍ବଲପୁରୀ ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଦର୍ଶା ଯିବା ସହିତ ସଙ୍ଗଠନ ମାନଙ୍କ ତରଫରୁ କୁହାଯାଇଛି। ଏଥି ସହ ଅଞ୍ଚଳର ସମସ୍ତ ବାସିନ୍ଦା, ବ୍ୟବସାୟୀ, ଦୋକାନୀ ଓ ବିଭିନ୍ନ ଧର୍ମର ଜନତାଙ୍କୁ ସେମାନଙ୍କର ଦୋକାନ, ବଜାର ଓ ରିତିନିତି ଜାରି ରଖିବାକୁ ଅନୁରୋଧ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories