www.samajalive.in
Sunday, December 14, 2025
26.1 C
Bhubaneswar

ଲୁଟେରା ଝାମ୍ପି ନେଲେ ୧ ଲକ୍ଷ ୯୯ ହଜାର ଟଙ୍କା

କଣ୍ଟାବାଞ୍ଜି – କିଛି ଦିନ ନୀରବତା ପରେ ଲୁଟେରା ମାନେ କଣ୍ଟାବାଞ୍ଜି ସହରରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଦ୍ଵିପହରରେ ଜଣେ ବୃଦ୍ଧାଙ୍କ ଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇ ଲୁଟେରା ଚମ୍ପଟ ମାରିଛନ୍ତି । କଣ୍ଟାବାଞ୍ଜି ପୋଲିସ ଘଟଣାର ଖବର ପାଇ ଅଧିକ ତଦନ୍ତ ଆରମ୍ଭ କରିଛି । କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ସମ୍ବାରୁ ପନିକା ସ୍ଥାନୀୟ ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ବାହାର କରି ନିଜ ଲୁନା ଗାଡି ରେ ଟଙ୍କା ଭର୍ତି ବ୍ୟାଗ ରଖିଥିଲେ ।

ସମ୍ବାରୁ ବ୍ୟାଙ୍କରୁ କିଛି ଦୂରକୁ ଯିବା ବେଳେ ଦୁଇ ଜଣ ମୁଣ୍ଡ ଓ ମୁହଁରେ କପଡା ବାନ୍ଧି ଗୋଟିଏ ବାଇକରେ ପଛପଟୁ,ଆସି ସମ୍ବାରୁଙ୍କୁ ଅଟକେଇ ଟଙ୍କା ଭର୍ତି ଥିବା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।ଏହି ଦିନ ପ୍ରାୟ ଗୋଟାଏ ତିରିଶ ସମୟ ମଧ୍ୟରେ ଗୋବର୍ଦ୍ଧନ ପାନ ଦୋକାନ ରାସ୍ତା ରେ ଘଟିଥିବା ଜଣାପଡିଛି । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଆଖ ପାଖ ଦୋକାନର ସିସି ଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories