www.samajalive.in
Sunday, December 14, 2025
14.1 C
Bhubaneswar

ଲୁଟେରା ଝାମ୍ପି ନେଲେ ୧ ଲକ୍ଷ ୯୯ ହଜାର ଟଙ୍କା

କଣ୍ଟାବାଞ୍ଜି – କିଛି ଦିନ ନୀରବତା ପରେ ଲୁଟେରା ମାନେ କଣ୍ଟାବାଞ୍ଜି ସହରରେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଦ୍ଵିପହରରେ ଜଣେ ବୃଦ୍ଧାଙ୍କ ଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଝାମ୍ପି ନେଇ ଲୁଟେରା ଚମ୍ପଟ ମାରିଛନ୍ତି । କଣ୍ଟାବାଞ୍ଜି ପୋଲିସ ଘଟଣାର ଖବର ପାଇ ଅଧିକ ତଦନ୍ତ ଆରମ୍ଭ କରିଛି । କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ସମ୍ବାରୁ ପନିକା ସ୍ଥାନୀୟ ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ବାହାର କରି ନିଜ ଲୁନା ଗାଡି ରେ ଟଙ୍କା ଭର୍ତି ବ୍ୟାଗ ରଖିଥିଲେ ।

ସମ୍ବାରୁ ବ୍ୟାଙ୍କରୁ କିଛି ଦୂରକୁ ଯିବା ବେଳେ ଦୁଇ ଜଣ ମୁଣ୍ଡ ଓ ମୁହଁରେ କପଡା ବାନ୍ଧି ଗୋଟିଏ ବାଇକରେ ପଛପଟୁ,ଆସି ସମ୍ବାରୁଙ୍କୁ ଅଟକେଇ ଟଙ୍କା ଭର୍ତି ଥିବା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।ଏହି ଦିନ ପ୍ରାୟ ଗୋଟାଏ ତିରିଶ ସମୟ ମଧ୍ୟରେ ଗୋବର୍ଦ୍ଧନ ପାନ ଦୋକାନ ରାସ୍ତା ରେ ଘଟିଥିବା ଜଣାପଡିଛି । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ଆଖ ପାଖ ଦୋକାନର ସିସି ଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories