ମନସ୍କାମନା ପୂର୍ଣ୍ଣ ପାଇଁ ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା
ପଦ୍ମପୁର : ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମନସ୍କାମନା ପୂର୍ଣ ଓ ନାଗଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଗ ଚତୁର୍ଥୀରେ ପୂଜାର୍ଚ୍ଚନା କରିଛନ୍ତି। ଦୀପାବଳୀର ପଞ୍ଚମ ଦିନରେ ନାଗ ଚତୁର୍ଥୀ ପଡେ , ଏହି ଦିନ ନାଗ ଦେବତାଙ୍କ ହୁଙ୍କା (ବିଳା) ନିକଟରେ କ୍ଷୀର ଓ ଅଣ୍ଡା ଦେଇ ପୂଜାର୍ଚ୍ଚନା କରିବାର ବିଧି ରହିଛି।
ତେଣୁ ମହିଳା ଓ ସପରିବାର ନାଗ ଦେବତା ରହୁଥିବା ହୁଙ୍କା (ବିଳା) ନିକଟରେ ପହଞ୍ଚି କ୍ଷୀର, ଅଣ୍ଡା ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ। କେହି କେହି ଶିବମନ୍ଦିରକୁ ଯାଇ ମଧ୍ୟ ପୂଜାର୍ଚ୍ଚନା କରାଯିବାର ଦେଖିବାକୁ ମିଳିଥିଲା।ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ନାଗଚତୁର୍ଥୀ ପାଳନ କରୁଥିବାର ଦେଖିବାକୁ ମିଳିଥିଲା।
Comments are closed.