www.samajalive.in
Sunday, November 16, 2025
15.1 C
Bhubaneswar

ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ କୋରାପୁଟ ଶିଶୁ ବିଦ୍ୟା ମନ୍ଦିରରେ ପ୍ରବନ୍ଧ ପ୍ରତିଯୋଗିତା

କୋରାପୁଟ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଶତାୟୁ ତଥା ଓଡ଼ିଶାର ଲୋକପ୍ରିୟ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଛି। କୋରାପୁଟ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏସବିଏମର ନବମ ଶ୍ରେଣୀ ଛାତ୍ରୀ ଅନିଶା ପଟ୍ଟନାୟକ ଓ ଦ୍ୱିତୀୟ ସ୍ଥାନ ଇଗ୍ନୀସା ମହାନ୍ତି ସ୍ୱରସ୍ବତୀ ବିଦ୍ୟା ମନ୍ଦିର କୋରାପୁଟ ଓ ତୃତୀୟ ସ୍ଥାନ ଲିଜା ଖିଲ ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ କୋରାପୁଟ ପୁରସ୍କୃତ ହୋଇ ଥିଲେ। କାର୍ଯ୍ୟକ୍ରମରେ ଖାତା ପରିଦର୍ଶକ ରୂପେ ବିଜୟ କୁମାର ପ୍ରଧାନ, ରମେଶ କୁମାର ସାହୁ, ଜଳଧର ସ୍ୱାଇଁ ବିଚାରକ ମଣ୍ଡଳୀ ରୂପେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପ୍ରଧାନ ଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ଜିଲ୍ଲା ପ୍ରତିନିଧି ଦିଲୀପ ମହାନ୍ତି ଓ ପ୍ରତିନିଧି ଘନାଶ୍ୟାମ ରଥ କରିଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories