କୋରାପୁଟ: ଲକ୍ଷ୍ମୀପୁର ବନ୍ଧୁଗାଁ ଛାରପା ଗାଁରେ ଗୁଣି ସନ୍ଦେହରେ ବୀଭତ୍ସ ହତ୍ୟାକାଣ୍ଡ। ଜଣଙ୍କ ଶବଦାହ ବେଳେ ସେହି ଜୁଇରେ ଆଉ ଜଣଙ୍କୁ ମାରି ପୋଡି ଦେଇଥିବା ଅଭିଯୋଗ ହୋଇଛି। ରବିବାର ସନ୍ଧ୍ୟାରେ ଅଚାନକ ଭାବେ ସେହି ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଗାଁରେ ରହୁଥିବା ଶିବ ମିଣିଆକା ଗୁଣି କରି ଉକ୍ତ ଲୋକଙ୍କୁ ହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରୁଥିଲେ। ଯାହାପରେ ମୃତକଙ୍କ ଘରଲୋକ ଶିବଙ୍କୁ ହତ୍ୟା କରି ସେହି ଜୁଇରେ ଏକାଠି ଜାଳିଦେଇଥିଲେ। ଅନ୍ୟପଟେ ଏ ସମ୍ପର୍କରେ ପୁଲିସକୁ ନ କହିବାକୁ ଶିବଙ୍କ ପରିବାରକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଜି ପୁଲିସ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବ।
Popular Categories



