www.samajalive.in
Sunday, December 14, 2025
19.1 C
Bhubaneswar

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ ୨୦୨୦ କୋରାପୁଟ ସାହିତ୍ୟ ସମ୍ମାନ 


ଭୁବନେଶ୍ବର: ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଜାତୀୟ ସାହିତ୍ୟ ଉତ୍ସବ କୋରାପୁଟ ଲିଟେରାରି ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ଉଦ୍‌ଘାଟନୀ ସମାରୋହ ଓ ପୁରସ୍କାର ବିତରଣ କୋରାପୁଟ ପରିବର୍ତ୍ତେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ଦ୍ବିତୀୟ ଦିନ କୋରାପୁଟ ଠାରେ ଉଦ୍‌ଯାପନୀ ସମାରୋହ ହେବ।

ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷର ସାହିତ୍ୟ ସମ୍ମାନ ଘୋଷଣା କରାଯାଇଛି। କାହାଣୀ ପାଇଁ ବରିଷ୍ଠ କଥାଶିଳ୍ପୀ ଡକ୍ଟର ପଦ୍ମଜ ପାଳଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦ ମିଳିବାକୁ ଥିବା ବେଳେ କବିତା ପାଇଁ ବରିଷ୍ଠ କବି ଅମରେଶ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିବେ। ପୁରସ୍କାର ବାବଦରେ ଉଭୟଙ୍କୁ ୨୧,୦୦୦ ଟଙ୍କା ସହ ମାନପତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯିବ।

- Advertisement -

ଡିସେମ୍ବର ୨୯ ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ହେବାକୁ ଥିବା ସମାରୋହକୁ ଉଦ୍‌ଘାଟନ କରିବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଖ୍ୟାତନାମା ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେବେ ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ। ଏ ଅବସରରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ପୁସ୍ତକ ଉନ୍ମୋଚିତ ହେବ। ଉଦ୍‌ଘାଟନ ପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଆଲୋଚନା ସଂପାନରେ ରାଜ୍ୟର ଜଣାଶୁଣା କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିବେ।

ଦ୍ବିତୀୟ ଦିନ କୋରାପୁଟ ଡୁଡୁମା ଜଳପ୍ରପାତ ନିକଟରେ ଦୁଇଟି ଆଲୋଚନା ସଂପାନ ସମେତ କବିତା ପାଠୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ଣରେ ଥିବା ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ ପରିସରରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। କୋଭିଡ୍‌ ସଂକଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ବାହାରୁ କୌଣସି ଲେଖକଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ବେଳେ ଦୁଇଦିନର ଉତ୍ସବରେ ମଧ୍ୟ ଖୁବ୍‌ କମ୍‌ ଦର୍ଶକ ଉପସ୍ଥିତ ରହିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories