www.samajalive.in
Wednesday, December 10, 2025
14.1 C
Bhubaneswar

ଦୁଇଦିନିଆ ପୁରୀ ଜିଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ ଉଦଯାପିତ

କୋଣାର୍କ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ପୁରୀ ଜିଲାସ୍ତରୀୟ ସରଗିଫୁଲ ଶିଶୁ ମହୋତ୍ସବ ମଙ୍ଗଳଵାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଡେପୁଟି କଲେକ୍ଟର ଜିତେନ୍ଦ୍ର ନାୟକ, ପୁରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ, ସହକାରୀ ଜିଲ୍ଲା ଅଧିକାରୀ ପ୍ରସନ୍ନ କୁମାର ଦାଶ, ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଦର୍ଶନଵିଭାଗ ପ୍ରାଧ୍ୟାପକ ପ୍ରମୋଦ କୁମାର ଦାଶ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣାଵଳିର ବିକାଶ ପାଇଁ ସେମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ଜାଗ୍ରତ କରିବା ପାଇଁ ସାମୂହିକ ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ୟ୍ୟକ୍ରମରେ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ଆବାସିକ ସ୍କୁଲ, ଆଶ୍ରମ ସ୍କୁଲ, ରଣପଡା, ଵଲରା ସେବା ଶ୍ରମ, ଗଡ ଇଟା ପୋଖରୀ ଆଶ୍ରମ ସ୍କୁଲ, ଗୁଆଁଳିପଡା ଆଶ୍ରମ ସ୍କୁଲ, କପିଳେଶ୍ଵରପୁର ଆଶ୍ରମ ସ୍କୁଲ୍, ରସକୁଦ ଆଶ୍ରମ ସ୍କୁଲ ର ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ, ଵିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଗାଇଡ ଶିକ୍ଷକ ମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଏହି ଉଦଯାପନୀ ସମାରୋହ ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚେତନା ଧର୍ମୀ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories