www.samajalive.in
Saturday, December 6, 2025
26.1 C
Bhubaneswar

ମଣିପୁର ଉଗ୍ରବାଦୀ ସଂଗଠନର ନେତା କଲକାତାରୁ ଗିରଫ

ନୂଆଦିଲ୍ଲୀ : କଲକାତା ପୁଲିସ୍‍ର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍‍ଟିଏଫ) ମିଣିପୁରର ନିଷେଧ ଉଗ୍ରବାଦୀ ସଂଗଠନର ଶୀର୍ଷ ନେତା ଅମନ ନେଲସନ୍‍ ସିଂହଙ୍କୁ କଲକତାରୁ ଗିରଫ କରିଛି। ତାଙ୍କ ନିକଟରୁ ବନ୍ଧୁକ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ ସୋମବାର ଏହି ସୂଚନା ପ୍ରଦାନ କରିଥିଲେ। ଯୋଧପୁର ପାର୍କ ଡକାୟତି ଘଟଣାରେ ଅମନ ନେଲସନଙ୍କ ସମ୍ପୃକ୍ତି ଥିଲେ। ସେ ଅମନ ବ୍ୟତୀତ, ଚିଗଖଇ ଖୁମନ ଏବଂ ମହେଖୋମ୍ବା ମିତେଇ ନାମରେ ପରିଚିତ। ୨୮ ବର୍ଷିୟ ଅମନ ନେଲସନ ଉଗ୍ରବାଦୀ ସଂଗଠନ କାଙ୍ଗଲିପକ କମ୍ୟୁନିଷ୍ଟ ପାର୍ଟି ମିଲିଟ୍ରି କାଉନସିଲ ପ୍ରୋଗେସିଭର ଅଧ୍ୟକ୍ଷ ଅଛନ୍ତି। ତାଙ୍କୁ ଅସ୍ତ୍ରଶସ୍ତ୍ର ଆଇନ ଆଧାରରେ ଗିରଫ କରାଯାଇଛି। ତାଙ୍କ ନିକଟରୁ ୯ ଏମଏମ୍‍ ଏବଂ ୭ ଏମ୍‍ଏମ୍‍ର ୨ଟି ବନ୍ଧୁକ ଏବଂ ୩ ରାଉଣ୍ଡ ଗୁଳି ଜବତ କରାଯାଇଛି। ତାଙ୍କ ବିରୋଧରେ ଧର୍ମତଲା ବସ୍‍ଷ୍ଟାଣ୍ଡ ନିକଟରୁ ତାଙ୍କୁ ଗିରଫ କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories